କଟକରେ କେନ୍ଦ୍ରମନ୍ତ୍ରୀ, କହିଲେ ମୋତେ ଭାଇ ଡାକିବ - ଭାଇ ଡାକିବାକୁ କହିଲେ ଅଶ୍ବିନୀ ବୈଷ୍ଣବ
🎬 Watch Now: Feature Video
କଟକ: ମୁଁ କଟକ ପାଇଁ କେନ୍ଦ୍ରମନ୍ତ୍ରୀ ନୁହେଁ । ମୁଁ କେବଳ ଭାଇ । ଏଠାରେ ମୋର ଅନେକ ସ୍ମୃତି ରହିଛି । ଜିଲ୍ଲାପାଳ ସମୟ ପରଠୁ କଟକରେ ମୋତେ ଅଶ୍ବିନୀ ଭାଇ ବୋଲି ସମ୍ବୋଧନ କରାଯାଇଛି । ଏହା ମୋ ପାଇଁ ସୌଭାଗ୍ୟର ବିଷୟ । କଟକ ମାଟି ହେଉଛି ସ୍ବତନ୍ତ୍ର । ଏଠାକାର ସାହି, ଗଳି, ପୂଜା କମିଟି ସବୁ ମୋର ଆପାଣାର । ସହରବାସୀଙ୍କ ପ୍ରତି ପୂର୍ବରୁ ଯେତିକି ଶ୍ରଦ୍ଧା ଓ ଭଲ ପାଇବା ଥିଲା ତାହା ଏବେ ବି ରହିଛି । ତେଣୁ ମନ୍ତ୍ରୀ ନୁହେଁ ବରଂ ମୋତେ ଭାଇ ବୋଲି ଡାକିବ । ଆଜି କଟକ ଗସ୍ତ ଅବସରରେ ଏଭଳି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ
Last Updated : Jan 7, 2022, 10:19 PM IST