କୋରୋନାରେ ବୁଡିଲା ବେଉସା, ଶ୍ରୀମନ୍ଦିର କୁମ୍ଭାର ହାତ ଖାଲି - ଶ୍ରୀମନ୍ଦିର କୁମ୍ଭାର ପରିବାର

🎬 Watch Now: Feature Video

thumbnail

By

Published : Jul 31, 2020, 6:49 PM IST

ପୁରୀ: ବାତ୍ୟା ଫୋନି ପରେ ମହାମାରୀ କୋରୋନା ମାଡ । ବୁଡିବାକୁ ବସିଛି ପୁରୀ କୁମ୍ଭାରଙ୍କ କୌଳିକ ବୃତ୍ତି । ଫୋନି ପରେ ଅଣ୍ଟା ସଳଖି ଛିଡା ହେଉଥିଲେ । କିନ୍ତୁ କୋରୋନା ଦାଉ ପୁଣି ଥରେ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଛି । ଶ୍ରୀମନ୍ଦିର ଉପରେ ନିର୍ଭର କରୁଥିବା କୁମ୍ଭାର ପରିବାର ଏବେ ନାନା ଆର୍ଥିକ ଅନଟନରେ ଗତି କରୁଛନ୍ତି । ଗୋଟିଏ ପଟେ ହାଣ୍ଡି କୁଡୁଆ ବିକ୍ରି ହୋଇ ନପାରି ଘରେ ପଡି ରହିଥିବାବେଳେ ଅନ୍ୟପଟେ କାମଧନ୍ଦା ଠପ । ଏପରି ପରିସ୍ଥିତି କିପରି ଚାଲିବ ଘର ? ତାକୁ ନେଇ ଚିନ୍ତାରେ ପୁରୀର କୁମ୍ଭାର ପରିବାର । ଶ୍ରୀମନ୍ଦିର ମହାପ୍ରସାଦ ପାଇଁ ହାଣ୍ଡି କୁଡୁଆ ଯୋଗାଉଥିବା କୁମ୍ଭାରଙ୍କ ପେଟରେ ଲାତ୍‌ ମାରିଛି କୋରୋନା । ଲକଡାଉନ ପାଇଁ ଶ୍ରୀମନ୍ଦିରକୁ ଭକ୍ତଙ୍କ ମନା । ଫଳରେ ଆଗ ପରି ବାହାରୁ ନାହିଁ ମହାପ୍ରସାଦ। ତେଣୁ ହାଣ୍ଡି କୁଡୁଆର ମଧ୍ୟ ଚାହିଦା କମିଛି । ଅଲୋଡା ସାଜିଛି କୁମ୍ଭାରଙ୍କ କଡୁଆ । ଯଦ୍ବାରା ରୋଜଗାର ହରାଇବାକୁ ବସିଲେଣି ପୁରୀର ଶହ ଶହ କୁମ୍ଭାର ପରିବାର । ଶ୍ରୀମନ୍ଦିର ଉପରେ ନିର୍ଭର କରି ନିଜର ଗୁଜୁରାଣ ମେଣ୍ଟାଉଥିବା କୁମ୍ଭାକାର ନିଶ୍ବ ହୋଇପଡିଥିବା କହିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.