ଲୁପୁରସିଂହା ଗ୍ରାମବାସୀଙ୍କ ପାଇଁ ସାତ ସପନ ବିଶୁଦ୍ଧ ପାଣି, ଟାଙ୍କିରେ ସୀମିତ ପ୍ରକଳ୍ପ କାର୍ଯ୍ୟ - pure water to be dream
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-8380135-thumbnail-3x2-waterproblem.jpg)
ସୁବର୍ଣ୍ଣପୁର: ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଲୁପୁରସିଂହା ଗାଁରେ ବିଶୁଦ୍ଧ ପାନୀୟ ଜଳ ପାଇବା ଏବେ ସ୍ୱପ୍ନ ହୋଇ ରହିଯାଇଛି । ଗାଁରେ ଜିଲ୍ଲା ଜଳ ଓ ପରିମଳ ବିଭାଗ ପକ୍ଷରୁ ପାଇପ ଜଳ ଯୋଗାଣ ପାଇଁ ଆଜକୁ ତିନି ବର୍ଷ ହେଲା ଓଭରହେଡ ପାଣି ଟାଙ୍କି ତିଆରି ହୋଇଛି। ହେଲେ ତାହା କାର୍ଯ୍ୟକ୍ଷମ ହେଉ ନ ଥିବାରୁ ଲୋକେ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି । ସେପଟେ,ଜିଲ୍ଲା ଜଳ ଓ ପରିମଳ ବିଭାଗ ପ୍ରକଳ୍ପ ତିଆରି କରି ଗ୍ରାମପଞ୍ଚାୟତକୁ ହସ୍ତାନ୍ତର କରିଛି । ଅନେକ ପରିବାର ପାଇପ ପାଣି ଯୋଗାଇ ଦେବାକୁ ଗ୍ରାମ ପଞ୍ଚାୟତରେ ଆବେଦନ କରିଛନ୍ତି । ମାତ୍ର ଓଭରହେଡ ପାଣି ଟାଙ୍କି କାର୍ଯ୍ୟକ୍ଷମ ହେଉ ନ ଥିବାରୁ ଗାଁର ଢିପ ଅଞ୍ଚଳକୁ ପହଞ୍ଚି ପାରୁନି ପାଣି । ତେଣୁ ଗ୍ରାମବାସୀ ତୁରନ୍ତ ପାନୀୟ ଜଳ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ଦାବି କରିଛନ୍ତି।