ସୁରଟ ଫେରନ୍ତାଙ୍କ ପାଇଁ ବିଭିନ୍ନ ସୁବିଧା ଦାବିକଲା ପ୍ରବାସୀ ଓଡିଆ ସମାଜ, ଦେଖନ୍ତୁ ଭିଡିଓ... - ବିଭିନ୍ନ ସୁବିଧା ଦାବିକଲା ପ୍ରବାସୀ ଓଡିଆ ସମାଜ
🎬 Watch Now: Feature Video
ବ୍ରହ୍ମପୁର: କୋରୋନା ମହାମାରୀ ଯୋଗୁଁ ହୋଇଥିବା ଲକଡାଉନରେ ଫସି ରହିଥିବା ହଜାର ହଜାର ପ୍ରବାସୀ ଓଡିଆ ଫେରିଥିଲେ ନିଜ ଭିଟାମାଟିକୁ । ଗଞ୍ଜାମ ଜିଲ୍ଲାରୁ ମଧ୍ୟ ଅନେକ ଶ୍ରମିକ ନିଜ ଗାଁକୁ ଫେରି ଆସିଛନ୍ତି । ବେଶ ଦୁର୍ଦ୍ଦଶା ଭିତରେ ସେମାନେ ଫେରିଥିବା ବେଳେ ସୁରଟରୁ ଏମାନଙ୍କ ସମସ୍ୟା ବୁଝିବା ପାଇଁ ପ୍ରବାସୀ ଓଡିଆ ସମାଜ ଟ୍ରଷ୍ଟର କର୍ମକର୍ତ୍ତାମାନେ ଗଞ୍ଜାମରେ ପହଞ୍ଚିଛନ୍ତି । ବର୍ଷ ବର୍ଷ ଧରି ସୁରଟରେ କାର୍ଯ୍ୟ କରୁଥିବା ଏହି ପ୍ରବାସୀ ଓଡିଆଙ୍କୁ ଉଚିତ ପ୍ରାପ୍ୟ ମିଳୁନଥିବାରୁ ରାଜ୍ୟ ସରକାର ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି । ବେଗୁନିଆପଡା ଅଞ୍ଚଳରେ ପ୍ରବାସୀ ଓଡିଆ ସମାଜର କର୍ମକର୍ତ୍ତା ଓ ପ୍ରବାସୀମାନଙ୍କ ସହ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ସମୀର ଆଚାର୍ଯ୍ୟ । ଦେଖନ୍ତୁ ଭିଡିଓ...
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ