thumbnail

By

Published : Jun 14, 2021, 10:39 PM IST

ETV Bharat / Videos

ରେଶମ ସହରରେ ରଜ ମଉଜ

ବ୍ରହ୍ମପୁର: ସୋମବାର ପହିଲି ରଜ ବା ରଜର ପ୍ରଥମ ଦିନ । ତେବେ ମହାମାରୀ ସମୟରେ ବି ପ୍ରଥମ ରଜର ମଜା ନେଇଛନ୍ତି ରେଶମ ସହରର ଶିଶୁଙ୍କ ଠାରୁ ଆରମ୍ଭ କରି ଯୁବତୀ ଓ ମହିଳା ମାନେ। କୋରୋନା ମହାମାରୀ ସମୟରେ ସମସ୍ତେ ଏକପ୍ରକାର ଚିନ୍ତିତ ରହିଥିବା ବେଳେ ଏଭଳି ସମୟରେ ନିଜ ଘରେ ପରିବାର ଓ ସାହି ପଡୋଶୀଙ୍କ ସହିତ ନୂତନ ବସ୍ତ୍ର ପରିଧାନ କରି ସଜବାଜ ହେବା ସହିତ ପାଦରେ ଅଳତା, ହାତରେ ମେହେନ୍ଦୀ ଲଗାଇ ପିଠାପଣା ଖାଇ ସମସ୍ତେ ଏହି ପର୍ବକୁ ଦୋଳିଖେଳି ଆନନ୍ଦରେ ପାଳୁଛନ୍ତି । ତେବେ ପହିଲି ରଜର ମଜା ନେଉଥିବା ବ୍ରହ୍ମପୁର ସହରର ଶିଶୁ ଓ ଯୁବତୀଙ୍କ ସହ ଆଲୋଚନା କରିଥିଲେ ଆମ ବ୍ରହ୍ମପୁର ପ୍ରତିନିଧି । ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.