ଅନଲାଇନରେ ମହାପ୍ରସାଦ ବିକ୍ରିକୁ ବିରୋଧ, କାର୍ଯ୍ୟାନୁଷ୍ଠାନ ଦାବି
🎬 Watch Now: Feature Video
ପୁରୀ: ଅନଲାଇନରେ ଚାଲିଛି ମହାପ୍ରସାଦ ବିକ୍ରି । ଖୋଲାଖୋଲି ଭାବେ ଚାଲିଛି ମହାପ୍ରସାଦର ବେପାର । ପୁଣି ଲେଖାଯାଇଛି ଶ୍ରୀମନ୍ଦିରର ଛପନ ଭୋଗ , ଅବଢା, ଅନ୍ନ, କାନିକା, ମିଠାଡାଲି, ବେସର, ମହୁର ଏହା ସହିତ ଶ୍ରୀଜଗନ୍ନାଥ ମନ୍ଦିରର ଶୁଖିଲା ଭୋଗ ଖଜା ଦିଆଯିବାର ରହିଛି ବ୍ୟବସ୍ଥା । ଏକ ଘରୋଇ ସଂସ୍ଥା ପକ୍ଷରୁ ଏହାକୁ ପୁରୀ, ଭୁବନେଶ୍ବର ଓ କଟକରେ ଚାହିଦା ଅନୁସାରେ ଅନଲାଇନରେ ଯୋଗାଇ ଦେବା ପାଇଁ ସଂସ୍ଥା ପ୍ରତିଶ୍ରୁତି ଦେଇଛି । କେବଳ ପ୍ରତିଶ୍ରୁତି ଦେଇନାହିଁ ବରଂ ଜୁନ ମାସରୁ ଏହି ବ୍ୟବସାୟ ଆରମ୍ଭ କରିଛି । ଅର୍ଡର ଅନୁସାରେ ମହାପ୍ରସାଦକୁ କୁଡୁଆରେ ଆଣି କାର୍ଟୁନ ପ୍ୟାକିଂ କରି ପୁରୀରୁ ଏହାକୁ ଗାଡି ସାହାଯ୍ୟରେ ନେଇ ଗ୍ରାହକଙ୍କ ଘରେ ଡେଲିଭରି ଦିଆଯାଉଛି । ସେପଟେ ଅନଲାଇନରେ ମହାପ୍ରସାଦ ବେପାରକୁ ନେଇ ଉଠିଛି ପ୍ରତିବାଦ । ଭକ୍ତଙ୍କ ଠାରୁ ଆରମ୍ଭ କରି ଶ୍ରୀମନ୍ଦିର ପ୍ରଶାସନ ଏହାକୁ ଆପତ୍ତି କରିଛନ୍ତି । ଏଭଳି ଅନଲାଇନ ବେପାର ହେଲେ ମହାପ୍ରସାଦର ମର୍ଯ୍ୟାଦା ହାନୀ ହେବା ସହ ଶ୍ରୀମନ୍ଦିରର ପରମ୍ପରାରେ ମଧ୍ୟ କ୍ଷୁଣ୍ଣ ହେବାର ଆଶଙ୍କା କରିଛନ୍ତି ସେବାୟତ ।