ଖୁବଶୀଘ୍ର ବଦଳିବ ଓଡିଶା ଅଗ୍ନିଶମର ରୂପରେଖ - ଓଡିଶା ଅଗ୍ନିଶମ
🎬 Watch Now: Feature Video
ଭୁବନେଶ୍ବର: ଓଡ଼ିଶା ଫାୟାର ସର୍ଭିସରେ ହେବ ନବକଳେବର । ଏନେଇ ଖୁବଶୀଘ୍ର ଲାଗୁହେବ ନୂଆ ସର୍ଭିସ ମ୍ୟାନୁଆଲ । ଯାହାଦ୍ବାରା ଅଗ୍ନିଶମ ବିଭାଗର କାର୍ଯ୍ୟପ୍ରଣାଳୀରେ ଆସିବ ବଡ଼ ପରିବର୍ତ୍ତନ। ଦେଶରେ ଏକ ଭରଷା ଯୋଗ୍ୟ ପ୍ରତିଷ୍ଠାନ ଭାବେ ପାଇବ ସ୍ବତନ୍ତ୍ର ପରିଚୟ । ୧୯୮୩ ଓଡିଶା ଫାୟାର ସର୍ଭିସ ଆକ୍ଟ ଅନୁସାରେ, ମ୍ୟାନୁଆଲ ଲାଗୁ କରିବାକୁ ସରକାରଙ୍କୁ ଦିଆଯାଇଛି ପ୍ରସ୍ତାବ। ୩ମାସ ମଧ୍ୟରେ ଏହାର ଏକ ଡ୍ରାଫ୍ଟ ମାନ୍ୟୁଆଲ ପ୍ରସ୍ତୁତ କରି ସରକାରଙ୍କୁ ଦେବା ପରେ ଅନୁମୋଦନ ହେବା ପରେ ଏହା ଲାଗୁ ହେବ । ବିଗତ ଦଶନ୍ଧିରେ ଓଡ଼ିଶା ଫାୟାର ସର୍ଭିସର କାମ ସହ ଦାୟିତ୍ବ ବଢିଯାଇଛି। କିନ୍ତୁ ଏକ ଭରଷା ଯୋଗ୍ୟ ଅନୁଷ୍ଠାନ ଭାବେ 1940 ମସିହାର ମ୍ୟାନୁଆଲରେ କାର୍ଯ୍ୟ ଚାଲୁ ରହିଛି। ତେଣୁ ଏକ କମିଟି ଗଠନ କରାଯାଇଛି ଯିଏ କି, ଏକ ଡ୍ରାଫ୍ଟ ରିପୋର୍ଟ ପ୍ରସ୍ତୁତ କରୁଛନ୍ତି୍ । ତେବେ ନୂତନ ମାନ୍ୟୁଆଲ ଦ୍ବାରା ନିଯୁକ୍ତି ପ୍ରକ୍ରିୟା, ପଦୋନ୍ନତି, ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଦିଗରେ ଏକ ପରିବର୍ତ୍ତନ ଆସିପାରିବ । ଯାହାକି ଏଯାବତ ଓଡିଶା ଅଗ୍ନିସେବା କ୍ଷେତ୍ରରେ ଲାଗୁ ହୋଇନଥିଲା।