ସାଉଥକୋର ଅବହେଳାରୁ କୋରାପୁଟରେ ଲୁଚକାଳି ଖେଳୁଛି ବିଜୁଳିବତୀ - କୋରାପୁଟରେ ଲୁଚକାଳି ଖେଳୁଛି ବିଜୁଳିବତୀ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-8972909-thumbnail-3x2-fg.jpg)
କୋରାପୁଟ: ଟିକେ ବର୍ଷା- ପବନ -ଘଡଘଡି ହେଲେ କୋରାପୁଟରେ ବିଦ୍ୟୁତ ପ୍ରବାହ ବନ୍ଦ ହେବା ଥୟ । ଏନେଇ ଲୋକ ମଧ୍ୟ ନିଶ୍ଚିତ ହୋଇଉଠୁଛନ୍ତି । କାରଣ ବିଦ୍ୟୁତ ବିଭାଗ ସୁରକ୍ଷା ଦୃଷ୍ଟିରୁ ପ୍ରବଳ ବର୍ଷା ହେବା ପୂର୍ବରୁ ସୁନାବେଡ଼ାରେ ଥିବା ଗ୍ରୀଡ଼ରେ ସଂଯୋଗ ବିଚ୍ଛିନ୍ନ କରିଦେଇଥାଏ । ଆଉ ବର୍ଷା ଛାଡିଯିବା ପରେ ସୁନାବେଡାରୁ କୋରାପୁଟ ପର୍ଯ୍ୟନ୍ତ ସମସ୍ୟାର ସଠିକ କାରଣ ଖୋଜିବା ଆରମ୍ଭ ହୋଇଯାଏ । କିନ୍ତୁ ସମସ୍ୟାର ସମାଧାନ କଲାବେଳକୁ ବିଭାଗକୁ ଦୀର୍ଘ ସମୟ ଲାଗିଯାଏ । ତେବେ ଏହାର କାରଣ ହେଲା ବିଭାଗର ସଠିକ ରକ୍ଷଣାବେକ୍ଷଣାର ଅଭାବ । ଗଛଲତା ମଧ୍ୟଦେଇ ବାହାର ଦୁନିଆକୁ ଉଙ୍କିମାରି ଦେଖୁଥିବା ବିତରଣ ଷ୍ଟେସନ ଗୁଡିକରେ ସମସ୍ୟାକୁ ଠାବ କରିବାକୁ ସମୟ ଲାଗେ ।