ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠିରେ ପ୍ରତିକ୍ରିୟା ରଖିଲେ ପିନାକୀ ମିଶ୍ର - ପିନାକୀ ମିଶ୍ରଙ୍କ ପ୍ରତିକ୍ରିୟା
🎬 Watch Now: Feature Video
ପୁରୀ: ଶ୍ରୀମନ୍ଦିର ବିକାଶ ପାଇଁ ଗଜପତି ମହାରାଜାଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ପିନାକୀ ମିଶ୍ର । ସେ କହିଛନ୍ତି, ମହାପ୍ରଭୁଙ୍କ ଘଟଣାରେ କେବେ ହେଲେ ରାଜନୀତି କରିବା ଉଚିତ ନୁହେଁ । ସୂଚନା ଅନୁଯାୟୀ, ପୁରୀ ଶ୍ରୀମନ୍ଦିର ବିକାଶ ପାଇଁ ପରିକ୍ରମା ଓ ଅନ୍ୟାନ୍ୟ ଯୋଜନା କାର୍ଯ୍ୟକାରୀ ହୋଇଛି । ଶ୍ରୀଜଗନ୍ନାଥଙ୍କ ମହତ କାର୍ଯ୍ୟରେ ଶ୍ରମ କିମ୍ବା ଅର୍ଥଦାନ ମାଧ୍ୟମରେ ବିଶ୍ବର ସମଗ୍ର ହିନ୍ଦୁ ସମାଜ ଏଥିରେ ସାମିଲ ହେବାକୁ ଇଚ୍ଛା ରଖିଛନ୍ତି । ତେଣୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ସମର୍ପଣ ନିଧି ସଂଗ୍ରହ ବ୍ୟବସ୍ଥା କରିବା ପାଇଁ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ଶୁକ୍ରବାର ଚିଠି ଲେଖି ସହଯୋଗ ଲୋଡିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।