thumbnail

By

Published : Dec 11, 2020, 6:24 PM IST

ETV Bharat / Videos

ନିୟମ କାନୁନକୁ ଫୁ ! ବ୍ରହ୍ମପୁରରେ ଅଧିକାଂଶ ନର୍ସିଂହୋମ୍‌ରେ ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା

ବ୍ରହ୍ମପୁର: ଦକ୍ଷିଣ ଓଡିଶାରେ ସ୍ବାସ୍ଥ୍ୟସେବାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ସହର । ଏଠାରେ ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇବାକୁ ଏମ୍.କେ.ସି.ଜି ମେଡିକାଲରୁ ଆରମ୍ଭ କରି, ରହିଛି ଅନେକ ଘରୋଇ ହସ୍ପିଟାଲ । ହେଲେ ଏସବୁ ସ୍ବାସ୍ଥ୍ୟକେନ୍ଦ୍ରରେ ଫାୟାର ସେଫ୍ଟିକୁ ନେଇ ଉଠୁଛି ପ୍ରଶ୍ନ । ଗଞ୍ଜାମ ଜିଲ୍ଲାରେ ମୋଟ 89 ଟି ବେସରକାରୀ ନର୍ସିଂହୋମ୍ ରହିଛି । ହେଲେ ଏଥିରୁ ଅଧିକାଂଶ ମେଡିକାଲରେ ଫାୟାର ସେଫ୍ଟିର ବ୍ୟବସ୍ଥା ନାହିଁ । ପୂର୍ବରୁ ଉଭୟ ସରକାରୀ ଏବଂ ବେସରକାରୀ ମେଡିକାଲ ଠାରୁ ଆରମ୍ଭ କରି ଘରୋଇ ନର୍ସିଂହୋମ୍ ଗୁଡିକରେ ଅନେକବାର ଅଗ୍ନିକାଣ୍ଡ ଘଟିଛି । ଅନେକ ଧନଜୀବନ, କ୍ଷତି ବି ହୋଇଛି । ହେଲେ ସ୍ଥିତି ବଦଳୁନଥିବାରୁ, ସରକାରଙ୍କ ଉଦାସିନତାକୁ ନେଇ ସାଧାରଣ ଲୋକେ ପ୍ରଶ୍ନ ଉଠାଇଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.