ସାରୁଆ ଜମି କେଳେଙ୍କାରୀ,ଗଣମାଧ୍ୟମ ସଂସ୍ଥାର ମ୍ୟାନେଜର ଗିରଫ - ମ୍ୟାନେଜର ଅନିରୁଦ୍ଧ ପଣ୍ଡା
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-9499173-thumbnail-3x2-ii.jpg)
ଖୋର୍ଦ୍ଧା: ସାରୁଆ ଠାରେ ଘରୋଇ ଗଣମାଧ୍ୟମ ସଂସ୍ଥାର ଜମି ଜବରଦଖଲ ଘଟଣାରେ ନୂଆ ମୋଡ ଆସିଛି । ଘଟଣାରେ ଖୋର୍ଦ୍ଧା ଜିଲ୍ଲା ବାଘମାରି ଥାନା ପୋଲିସ ଗଣମାଧ୍ୟମ ସଂସ୍ଥାର ମ୍ୟାନେଜର ଅନିରୁଦ୍ଧ ପଣ୍ଡାଙ୍କୁ ଗିରଫ କରିଛି । ଅନିରୁଦ୍ଧ ଓ ତାଙ୍କ ସହଯୋଗୀଙ୍କ ବିରୋଧରେ ଗତ 5ତାରିଖରେ ବାଘମାରି ଥାନାରେ ସାରୁଆ ଜମି କେଳେଙ୍କାରୀ ନେଇ ଲିଖିତ ଅଭିଯୋଗ ହୋଇଥିଲା । ପୋଲିସ ଅନିରୁଦ୍ଧଙ୍କୁ ବାରମ୍ବାର ଥାନାରେ ହାଜର ହେବାକୁ କହିଥିଲେ ହେଲେ ସେ କୌଣସି ମତେ ସହଯୋଗ କରିନଥିଲେ । ଅନିରୁଦ୍ଧ ସାରୁଅ ସ୍ଥିତ ଷ୍ଟୁଡିଓରେ ଆତ୍ମଗୋପନ କରିଥିବା ସୂଚନା ପୋଲିସ ପାଇଥିଲା । ଖବର ପାଇ ପୋଲିସ ମଙ୍ଗଳବାର ସକାଳୁ ଷ୍ଟୁଡିଓରେ ଅଚାନକ ଚଢାଉ କରିଥିଲା ।