ଜନ୍ମମାଟିରେ ପହଞ୍ଚିଲା ଯବାନଙ୍କ ମରଶରୀର, ରାଷ୍ଟ୍ରୀୟ ସମ୍ମାନରେ ହେଲା ଶେଷକୃତ୍ୟ - ଯବାନ ଯଜ୍ଞ ନାରାୟଣ କର
🎬 Watch Now: Feature Video

ବ୍ରହ୍ମପୁର: ସିକିମ ନାଥୁଲା ସେକ୍ଟରରେ ଏକ ସଡକ ଦୁର୍ଘଟଣାରେ ଶହୀଦ ହୋଇଥିବା ଓଡିଆ ଯବାନଙ୍କ ମରଶରୀର ଜନ୍ମମାଟିରେ ପହଞ୍ଚିଛି । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଅଞ୍ଚଳର ଆଠଗଡ ପାଟଣାରେ ଯବାନ ଯଜ୍ଞ ନାରାୟଣ କରଙ୍କ ମରଶରୀର ପହଞ୍ଚିବା ପରେ ରାଷ୍ଟ୍ରୀୟ ସମ୍ମାନରେ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି । ରାତିରେ ଯବାନଙ୍କ ମରଶରୀରେ ଗାଁରେ ପହଞ୍ଚିବା ପରେ ଭାରତୀୟ ସୈନ୍ୟବାହିନୀ ପକ୍ଷରୁ ରାଷ୍ଟ୍ରୀୟ ସଲାମ ପ୍ରଦାନ କରାଯାଇଥିଲା । ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ପୋଲିସ ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ସମସ୍ତ ପ୍ରକାର କାର୍ଯ୍ୟ କରାଯାଇଥିଲା ।