thumbnail

ପୁଣି କ୍ଷୀର ଶୋଷିନେଲେ ମହାପ୍ରଭୁ, ଦେଖନ୍ତୁ ଭିଡିଓ

By

Published : May 24, 2021, 4:56 PM IST

ନୟାଗଡ: କଟକ ବଡମ୍ବା ନରସିଂହପୁର ଭଳି ସମାନ ଢଙ୍ଗରେ କ୍ଷୀର ପିଇଲେ ମହାପ୍ରଭୁ ଜଗନ୍ନାଥ । ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା ମଥୁରାପୁର ସାହିରେ ଘଟିଛି ଏହି ଘଟଣା । ଏହି ସାହିର ବିନର୍ଭ ନାୟକଙ୍କ ପୁଅ ଶୁଭ୍ରାଂଶୁ ନାୟକ ପୂଜା କରୁଥିବା ଜଗନ୍ନାଥଙ୍କ ମୂର୍ତି ପାଖରେ ଏକ ଚାମଚରେ କ୍ଷୀର ଦେଖାଇବାରୁ ମୂର୍ତ୍ତି କ୍ଷୀର ଶୋଷି ନେଉଥିବାର ଦେଖିବାକୁ ମିଳିଛି । ସୁଧାଂଶୁ ଜଗନ୍ନାଥଙ୍କ ବିଭିନ୍ନ ବେଶ କରୁଥିବାର ଗଣମାଧ୍ୟମରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ତାଙ୍କ ଘରୁ ଏଭଳି ଚମତ୍କାର ଘଟଣା ଦେଖିବାକୁ ମିଳିଛି । ତେବେ ଏହି ଖବର ପ୍ରଚାରିତ ହେବା ପରେ ଗ୍ରାମବାସୀ ମାନେ ଏହି ଅଲୌକିକ ଘଟଣା ଦେଖିବାକୁ ଭିଡ଼ ଲଗାଇଛନ୍ତି । ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.