ଝଟକୁଛନ୍ତି ବଳଭଦ୍ର, ଝଲସୁଛନ୍ତି ସୁଭଦ୍ରା; କାଞ୍ଚନ ଶୋଭିତ କାଳିଆ ଠାକୁର

By

Published : Jul 21, 2021, 8:20 PM IST

Updated : Jul 21, 2021, 8:54 PM IST

thumbnail
ପୁରୀ: ମହଣ ମହଣ ସୁନାରେ ଝଟକୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ରଥ ଉପରେ ସୁନାବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ଶ୍ରୀପୟର, ଶ୍ରୀଭୁଜ, କୀରିଟ, କାନ, ବାହାଡାମାଳି, ତାବିଜ ମାଳି, ହରିଡାକଦମ୍ବ ମାଳି, ବାଘନଖି ମାଳି, କଦମ୍ବ ମାଳି, ସେବତୀ ମାଳି, ହଳ ଓ ମୂଷଳ, ଚକ୍ର, ତିଳକ, ଆଡକାନି, ଚନ୍ଦ୍ରସୂର୍ଯ୍ୟ, ଅଳକା, ଓଡିଆଣୀ, ଚନ୍ଦ୍ରିକା, ତଡକୀ, ଶଙ୍ଖ ଆଦି ଅଳଙ୍କାର ଲାଗି ହୋଇଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀଅଙ୍ଗରେ । ଚର୍ମ ଚକ୍ଷୁରେ ଦାରୁବ୍ରହ୍ମଙ୍କ ଏହି ଦୁର୍ଲଭ ବେଶ ଦର୍ଶନ ପାଇଁ ଭକ୍ତ ମନ ବ୍ୟାକୁଳ ହେଉଛି । ହେଲେ ଭକ୍ତ-ଭଗବାନଙ୍କ ମଧ୍ୟରେ ପ୍ରାଚୀର ସାଜିଛି ମହାମାରୀ । ପୂର୍ବ ବର୍ଷ ପରି ଏଥର ମଧ୍ୟ ବିନା ଭକ୍ତରେ ଅନୁଷ୍ଠିତ ହୋଇଛି ଦାରୁବ୍ରହ୍ମଙ୍କ ସୁନାବେଶ ବା ରାଜରାଜେଶ୍ବର ବେଶ ।
Last Updated : Jul 21, 2021, 8:54 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.