ଖୋଲିଲା କୋଣାର୍କ ମନ୍ଦିର,‘କଟକଣା’କୁ ବ୍ୟବସାୟୀ-ଫଟୋଗ୍ରାଫରଙ୍କ ବିରୋଧ - Covid-19 guideline

🎬 Watch Now: Feature Video

thumbnail

By

Published : Sep 2, 2020, 6:13 AM IST

ପୁରୀ:ଦୀର୍ଘ 5 ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବିଶ୍ବ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର । ପର୍ଯ୍ୟଟକମାନେ କେବଳ ଅନଲାଇନରେ ଟିକେଟ କରି କୋଣାର୍କ ମନ୍ଦିର ଭିତରେ ପ୍ରବେଶ କରିପାରିବେ । ମନ୍ଦିର ଖୋଲିବା ନେଇ ସରକାରଙ୍କ ପକ୍ଷରୁ କଟକଣା ଜାରି ହୋଇଛି । ଅନଲାଇନ ଟିକେଟ ପାଇଁ ମନ୍ଦିର ସମ୍ମୁଖରେ ଏକ ବୋର୍ଡରେ କ୍ୟୁଆର ସ୍କାନ କୋଡ଼ ରହିଛି। ପର୍ଯ୍ୟଟକ ମାନେ ଏହାକୁ ମୋବାଇଲରେ ସ୍କାନ କରି ଅନଲାଇନରେ ଅର୍ଥ ପୈଠ କରିବେ । ସେହିପରି କୋଭିଡ ଗାଇଡ଼ଲାଇନ ଅନୁଯାୟୀ ଥର୍ମାଲ ସ୍କ୍ରିନିଂ ସମେତ ସାମାଜିକ ଦୂରତ୍ବ ଉପରେ ଗୁରୁତ୍ବ ଦେବାକୁ ନିର୍ଦ୍ଦେଶ ରହିଛି। ଅନ୍ୟପଟେ କୋଣାର୍କ ମନ୍ଦିର ଭିତରକୁ ଫୋଟୋ ଗ୍ରାଫର, ଗାଇଡ଼ ପ୍ରବେଶ ନିଷିଦ୍ଧ ଥିବା ବେଳେ ମନ୍ଦିର ମୁଖ୍ୟ ଗେଟ୍ ନିକଟରେ ଥିବା ଦୋକାନୀ ଦୋକାନ ଖୋଲିବାକୁ ବାରଣ କରାଯାଇଛି । ଯାହାକୁ ନେଇ ଫଟୋଗ୍ରାଫର, ଗାଇଡ଼ ଓ ବ୍ୟବସାୟୀ ମାନେ କ୍ଷୁବ୍ଧ ହୋଇଛନ୍ତି।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.