ଆରମ୍ଭ ହେଲା ହବିଷ୍ୟାଳିଙ୍କ କାର୍ତ୍ତିକ ବ୍ରତ, ମନ୍ଦିରରେ ବନ୍ଧା ହେଲା ଆକାଶ ଦୀପ

By

Published : Oct 22, 2021, 8:22 AM IST

thumbnail
ଖୋର୍ଦ୍ଧା: ଆରମ୍ଭ ହୋଇଯାଇଛି ଧର୍ମ ମାସ କାର୍ତ୍ତିକ । ମାସ ସାରା ଚାଲିବ କାର୍ତ୍ତିକ ବ୍ରତ । ତୁଳସୀ ଚଉରା ମୂଳରେ ରାଇ ଦାମୋଦର ପୂଜା ସହ ହବିଷ ଖାଇ କାର୍ତ୍ତିକ ବ୍ରତ ଓ ପୁରାଣ ପାଠ କରୁଛନ୍ତି ହବିଷ୍ୟାଳି । ଏଥର ମଧ୍ୟ କୋରୋନା କଟକଣା ଯୋଗୁଁ ପୁରୀକୁ ହବିଷ୍ୟାଳିଙ୍କୁ ବାରଣ କରାଯାଇଛି । ସେଥିପାଇଁ ଗାଁ ଗାଁରେ ଥିବା ମନ୍ଦିରରେ ହାବିଷ୍ୟାଳିମାନେ ଏକତ୍ରିତ ହୋଇ କାର୍ତ୍ତିକ ବ୍ରତ ପାଳନ କରୁଥିବା ଦେଖିବାକୁ ମିଳୁଛି । ସେପଟେ ଆଜି(ଶୁକ୍ରବାର) ଠାରୁ ଦେବାଳୟଗୁଡିକରେ ଆକାଶ ଦୀପ ବନ୍ଧା ଯାଇଛି । ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.