thumbnail

By

Published : Oct 14, 2020, 1:23 PM IST

ETV Bharat / Videos

କନ୍ଧମାଳରେ ସଡକ ଦୁର୍ଘଟଣା: 2 ବାଇକ ଆରୋହୀ ମୃତ

ଫୁଲବାଣୀ: ଜିଲ୍ଲାସ୍ଥିତ ଫିରିଙ୍ଗିଆ ପଞ୍ଚାୟତ ବିଦ୍ୟାଳୟ ନିକଟରେ ଏକ ଅଜଣା ଗାଡି ସହ ବାଇକର ଧକ୍କା ହୋଇଛି । ଫଳରେ ଘଟଣାସ୍ଥଳରେ ବାଇକରେ ବସିଥିବା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ଡାକ୍ତରଖାନାରେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି । ମୃତକ ଦ୍ବୟ ଖଜୁରୀପଡା ବ୍ଲକ ଅନ୍ତର୍ଗତ ଦଳପଡା ଗ୍ରାମର ମଧୁସୂଦନ ବେହେରା ଓ ଗୁଣ୍ଡ୍ରିବାଡିର କ୍ଷେତ୍ରବାସୀ ଦିଗାଲ । ପ୍ରବଳ ବର୍ଷା ସମୟରେ ଏମାନେ ରତଙ୍ଗ ପଟୁ ଆସୁଥିବାବେଳେ ଏକ ଅଜଣା ଗାଡି ସହ ଧକ୍କା ହୋଇଥିବା ସ୍ଥାନୀୟ ଲୋକଙ୍କ ପକ୍ଷରୁ ସୂଚନା ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏଥିସହ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.