କୁନି ବୟସରେ କମାଲ, ଓଡିଶୀ ନୃତ୍ୟର ପୂଜାରିଣୀ ସାଜିଛନ୍ତି ସୁଭାଶ୍ରିତା - ଓଡିଶୀ ନୃତ୍ୟଶିଳ୍ପୀ ସୁଭାଶ୍ରୀତା ମହାପାତ୍ର
🎬 Watch Now: Feature Video
ଖୋର୍ଦ୍ଧା: ଐତିହ୍ୟ ଓ ସଂସ୍କୃତିରେ ପରିପୂର୍ଣ୍ଣ ଓଡିଶା । ବିବିଧ କଳା ଓ ପରମ୍ପରାର ଆଧାରରେ ଏହା ବଳିୟାନ । ପ୍ରାଚୀନ ପାଷାଣ ଯୁଗରେ ମନ୍ଦିରର ଚାରି କାନ୍ଥ ମଧ୍ୟରେ ବିଭିନ୍ନ ମୂଦ୍ରା ଓ ଭଙ୍ଗୀରେ ଦେବଦାସୀମାନେ ପରିବେଷଣ କରୁଥିଲେ ନିଜ ମନର ଭାବନା ଓ ଅନୁଭୂତି । ଯାହାକୁ ପରବର୍ତ୍ତୀ ସମୟରେ ମିଳିଲା ଓଡିଶୀ ନୃତ୍ୟର ନାମ । ଆଜି ବି ଓଡିଶୀ ନୃତ୍ୟର ନାମ ଉଠିଲେ ମନରେ ଭାସି ଆସେ ଓଡିଶା ଓ ଏହାର ବଳିଷ୍ଠ ସଂସ୍କୃତି । ତେବେ ଦେଖିବାକୁ ଆକର୍ଷଣୀୟ ଲାଗୁଥିବା ଏହି ନୃତ୍ୟ କଳାରେ ଖୁବ କମ୍ ବୟସରେ ପାରଦର୍ଶୀତା ହାସଲ କରିଛନ୍ତି ଖୋର୍ଦ୍ଧା ଜିଲ୍ଲା ଜଟଣୀର ରାମଚନ୍ଦ୍ରପୁରର ସୁଭାଶ୍ରୀତା ମହାପାତ୍ର । ମାତ୍ର 10 ବର୍ଷ ବୟସରେ ନିଜର କଳାକୁ ନେଇ ସେ ବିଶ୍ବ ଦରବାରରେ ପରିଚିତ ।