Panchayat Polls: ପାଖଉଛି ନିର୍ବାଚନ, ସରଗମର ରାଜନୀତି - ଜଗତସିଂହପୁର ପଞ୍ଚାୟତ ନିର୍ବାଚନ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-14422938-thumbnail-3x2-polls.jpg)
ଜଗତସିଂହପୁର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି, ଗ୍ରାମାଞ୍ଚଳର ରାଜନୀତି ସେତିକି ଉଷ୍ମ ହେବାରେ ଲାଗୁଛି । ଘିଅ ମହୁରେ ଭସାଇବାର ପ୍ରତିଶ୍ରୁତି ଦେଇ ଘର ଘର ବୁଲି ଭୋଟ୍ ଭିକ୍ଷା କରୁଛନ୍ତି ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ । ଜଗତସିଂହପୁର ଜିଲ୍ଲାରେ ମଧ୍ୟ ସମାନ ସ୍ଥିତି ରହିଛି । ଜିଲ୍ଲାର 198ଟି ପଞ୍ଚାୟତ ଓ 26ଟି ଜିଲ୍ଲା ପରିଷଦ ଆସନ ପାଇଁ କଡା ମୁକାବିଲା ହେଉଛି । ନିର୍ବାଚନୀ ମାହୋଲ କିଭଳି ଜମୁଛି ଏବଂ ଭୋଟରଙ୍କ ମୁଡ୍ କଣ ରହିଛି ଏନେଇ ସଦର ବ୍ଲକ ଅନ୍ତର୍ଗତ ମଧୁସୂଦନପୁର ପଞ୍ଚାୟତରରେ ପହଞ୍ଚିଛି ଇଟିଭି ଭାରତ ଟିମ୍ । ଏହି ପଞ୍ଚାୟତରେ 4 ଜଣ ପ୍ରାର୍ଥୀ ସରପଞ୍ଚ ପାଇଁ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଅନ୍ତରଙ୍ଗ ବନ୍ଧୁଙ୍କ ପୁତ୍ରବଧୂ ମଧ୍ୟ ମୈଦାନରେ ଅଛନ୍ତି । ଏଠାରେ କିପରି ରହିଛି ନିର୍ବାଚନ ପାଣିପାଗ ସେନେଇ ଅଧିକ ସୂଚନା ଦେଉଛନ୍ତି ଆମ ଜଗତସିଂହପୁର ପ୍ରତିନିଧି ସୁଶାନ୍ତ କୁମାର ପାତ୍ର ।