ଆବାସ ଦୁର୍ନୀତି: ଭୂତ ନେଇଗଲା ହିତାଧିକାରୀଙ୍କ ଘର - Pm Awash Yojana
🎬 Watch Now: Feature Video
ଭଞ୍ଜନଗର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳିବ ପକ୍କା ଘର । ଏହି ଯୋଜନା ମାଧ୍ୟମରେ ବାସହୀନ ଓ ଗରିବ ଶ୍ରେଣୀଙ୍କୁ ଗୃହ ଯୋଗାଇ ଦେବେ ସରକାର । ହେଲେ କିଛି ଦଲାଲଙ୍କୁ ଯୋଗୁଁ ବାଟବଣା ପିଏମ ଆବାସ ଯୋଜନା। ତାଲିକାରେ ନାଁ ଅଛି ହେଲେ ଲାଞ୍ଚ ନ ଦେବାରୁ ମିଳୁନି ଘର । ଏପରିକି ସରକାରୀ ଦସ୍ତାବିଜରେ ଜାଲିଆତି କରି ଘର ମିଳିଥିବାର ଦର୍ଶାଇ ଟଙ୍କା ହଡପ କରୁଛନ୍ତି । ଏଭଳି ଏକ ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ହରିଗଡ ପଞ୍ଚାୟତର ବଦାଙ୍ଗି ଗାଁରୁ ।