ସ୍ବାଧୀନତା ସଂଗ୍ରାମଙ୍କୁ ମନେପକାଇବ ଭାରତ, ଭଦ୍ରକରୁ 3 ଜଣ ପାଇବେ ରାଷ୍ଟ୍ରପତି ପୁରସ୍କାର - India will remember the freedom fighter

🎬 Watch Now: Feature Video

thumbnail

By

Published : Aug 8, 2020, 1:31 PM IST

ଭଦ୍ରକ: ସ୍ଵାଧୀନ ଭାରତ ପାଇଁ ବହୁ ତ୍ୟାଗ ଆଉ ବଳିଦାନ ଦେଇଛନ୍ତି ସ୍ଵାଧୀନତା ସଂଗ୍ରାମୀ । ଇଂରେଜଙ୍କ ସହ ଲଢେଇ ଆଉ ଆତ୍ମ ବଳିଦାନର ଫଳ ଏବେ ପାଇଛନ୍ତି ଭାରତବାସୀ । ସେତେବେଳର ସ୍ଵାଧୀନତା ସଂଗ୍ରାମୀଙ୍କ ମଧ୍ୟରେ ଭଦ୍ରକ ଜିଲ୍ଲାର ମଧ୍ୟ ବହୁ ସଂଗ୍ରାମୀ ଅଂଶଗ୍ରହଣ କରିଥିଲେ । ସେତେବେଳେ ସେମାନେ ନିଜ ଜୀବନକୁ ପାଣି ଛଡାଇ ଆତ୍ମ ବଳିଦାନ ପାଇଁ ମଧ୍ୟ ପ୍ରସ୍ତୁତି ଥିଲେ । ନିଜେ ଥିଲେ ସଙ୍ଗଠକ ଆଉ ସଙ୍ଗଠନରେ ସଂଗ୍ରାମୀଙ୍କୁ ସାମିଲ କରାଉଥିଲେ । ଏହି ସଂଗ୍ରାମୀଙ୍କୁ ଏବେ ମିଳିବ ସମ୍ମାନଜନକ ରାଷ୍ଟ୍ରପତି ପୁରସ୍କାର ।ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ରାମହରୀ ଗୋସ୍ଵାମୀ, ଗୌରୀଶ୍ୟାମ ଗୋସ୍ଵାମୀ ଓ ବ୍ରଜକିଶୋର ରାଉତ । ଆମେ ଭେଟିଥିଲୁ ଏହି ତିନି ଜଣ ସଂଗ୍ରାମୀ ଓ ସେମାନଙ୍କ ପରିବାରକୁ । ସେହି ସ୍ଵାଧୀନତା ସଂଗ୍ରାମ ବେଳର କାହାଣୀ କହିଛନ୍ତି ଏହି ସ୍ଵାଧୀନତା ସଂଗ୍ରାମୀ । ଧାମନଗର ବ୍ଲକ ସୂର୍ଯ୍ୟପୁର ଗାଁର ଗୌରୀଶ୍ୟାମ ଗୋସ୍ଵାମୀ । ବୟସ 91 । କିନ୍ତୁ ଏବେ ବି ମନେପକାଉଛନ୍ତି ସେଦିନର କଥାକୁ । 1942 ମସିହାରେ ଥାନା ପୋଡିରେ ସାମିଲ ହୋଇ ଜେଲ ଯିବା । ମହାତ୍ମାଗାନ୍ଧୀଙ୍କୁ ଭେଟିବା ସହ କେମିତି ସଂଗ୍ରାମ ପାଇଁ ଉଦବୁଦ୍ଧ ହୋଇଥିଲେ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.