thumbnail

By

Published : Aug 1, 2020, 3:56 PM IST

ETV Bharat / Videos

ଆବାସ ଯୋଜନା ସାତ ସପନ, କ୍ଳବ ଘରେ ମୁଣ୍ଡ ଗୁଞ୍ଜିଛନ୍ତି ଦିବ୍ୟାଙ୍ଗ ଲକ୍ଷ୍ମୀଧର

ଖୋର୍ଦ୍ଧା: ସରକାର କରିଚାଲିଛନ୍ତି ଯୋଜନା ପରେ ଯୋଜନା। କେତେକ ନ୍ୟସ୍ତ ସ୍ବାର୍ଥ ପ୍ରଶାସନିକ ଅଧିକାରୀଙ୍କ ପାଇଁ ଦରିଦ୍ର ଦୂରୀକରଣ ଯୋଜନା ପାଲଟିଛି ପ୍ରହସନ । ଥିଲା ବାଲାକୁ ମିଳୁଛି କିନ୍ତୁ ଗରିବଙ୍କୁ ମିଳୁନାହଁ ପକ୍କା ଘର ଯୋଜନାର ସୁଫଳ । ଏପରି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଳକ ଗୋପାଳପୁର ପଞ୍ଚାୟତ ମୁଗମଣ୍ଡା ଗ୍ରାମର ଲକ୍ଷ୍ମୀଧର ଦଳେଇ ଓ ତାଙ୍କର ପତ୍ନୀଙ୍କ କ୍ଷେତ୍ରରେ । ଆବାସ ଯୋଜନା ତାଙ୍କ ପାଇଁ ସାତସପନ ହେବା ପରେ କ୍ଳବ ଘରେ କଟୁଛି ତାଙ୍କର ଜୀବନ । ଗୋପାଳପୁର ପଞ୍ଚାୟତ ମୁଗୁମଣ୍ଡା ଗ୍ରାମର ଲକ୍ଷ୍ମୀଧର ଦଳେଇ ଓ ତାଙ୍କ ପତ୍ନୀ ହରପ୍ରିୟା ଦଳେଇ ସହିତ ଗ୍ରାମର ଥିବା ଏକ କ୍ଳବ ଘରେ ବସବାସ କରି କାଟୁଛନ୍ତି ଜୀବନ । ଲକ୍ଷ୍ମୀଧର ଦଳେଇ ଜଣେ ଦିବ୍ୟାଙ୍ଗ । ବାତ୍ୟା'ଫନି' ଲକ୍ଷ୍ମୀଧର ଦଳେଇଙ୍କ ଘର ସଂପୂର୍ଣ୍ଣ ଉଜାଡି ଦେଇଥିଲା। ଫଳରେ ସେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରୁ ଜିଲ୍ଲାପାଳଙ୍କୁ ଚିଠି କରି ତୁରନ୍ତ ଲକ୍ଷ୍ମୀଧରଙ୍କ ଘର ଦେଖି ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଥିଲା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.