ସ୍ନାୟୁରୋଗରେ 5 ବର୍ଷରୁ ଶଯ୍ୟାଶାୟୀ ଦିଗମ୍ବର, ସରକାରୀ ସହାୟତାକୁ ଅପେକ୍ଷା - ସରକାରୀ ସହାୟତା ଅପେକ୍ଷାରେ ଦିଗମ୍ବର
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-10095960-thumbnail-3x2-anandpur.jpg)
ଆନନ୍ଦପୁର: ରାଜ୍ୟ ହୁଅନ୍ତୁ ଅବା କେନ୍ଦ୍ର ସରକାର । ଗରିବ ଅସହାୟଙ୍କୁ ମାଗଣାରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହେଉଛି ଟଙ୍କା । କିନ୍ତୁ ଆଜି ବି ଚିକିତ୍ସା ଅଭାବରୁ କାହାର ଅକାଳରେ ଜୀବନ ଗଲାଣି ତ ଆଉ କିଏ ବଞ୍ଚିବା ପାଇଁ କରୁଛି ସଙ୍ଘର୍ଷ । ଆଉ ଏହାର ଜ୍ବଳନ୍ତ ଉଦାହରଣ ହେଉଛି ଘଷିପୁରା ବ୍ଲକ ସାଇଁକୁଳ ଗ୍ରାମର ଦିଗମ୍ବର ଶାଙ୍କ ପରିବାର । ସାଇଁକୁଳ ଗ୍ରାମର ଦିଗମ୍ବର ଶା । ସ୍ତ୍ରୀ, ପୁଅ, ଝିଅକୁ ନେଇ ହସ ଖୁସିରେ ଚାଲିଥିଲା ସଂସାର । କିନ୍ତୁ 5 ବର୍ଷ ତଳେ ଛାତ ଉପରେ କାମ କରୁଥିବା ବେଳେ ହଠାତ ତଳକୁ ଖସି ପଡିଥିଲେ ଦିଗମ୍ବର । ସଞ୍ଚିତ ଟଙ୍କାରେ କଟକ ମେଡିକାଲ ନେଇଥିଲେ ପରିବାର, ହେଲେ କିଛି ସୁଫଳ ମିଳିନଥିଲା । କାରଣ ଅପରେସନ ପାଇଁ ଦରକାର ଥିଲା ଲକ୍ଷାଧିକ ଟଙ୍କା । ହେଲେ ଯେଉଁଠି ମାସିକ ଔଷଧ ଯୋଗାଡ କରିବାକୁ ଅକ୍ଷମ ସେଠି ଅପରେସନ ପାଇଁ ସାହସ ଜୁଟାଇବେ ବା କେମିତି । ଏବେ 500 ଟଙ୍କା ଭତ୍ତା ହିଁ ସେମାନଙ୍କ ସାହା ଭରସା । ଫଳରେ ସେହି ଦିନଠୁ ସ୍ନାୟୁ ଜନିତ ରୋଗରେ ଭାଗ୍ୟକୁ ଆଦରି ପଡି ରହିଛନ୍ତି ଦିଗମ୍ବର ।