ଲଗାଣ ବର୍ଷାରେ ବୋହିଗଲା ସୁଖୀ ସଂସାର... - ଲଗାଣବର୍ଷାରେ ବେହାଲ କୁଲଙ୍ଗବାସୀ
🎬 Watch Now: Feature Video

ଗଜପତି: ‘ଆଉ ଏହି ଗାଁରେ ରହିବୁନି । ନହେଲେ ପୁଣି କେତେବେଳେ ବିପଦ ଆସି ବଳକା ସମ୍ପତ୍ତି ଧୋଇ ନେଇଯିବ । ତେଣୁ ସରକାର ଆମକୁ ବିକଳ୍ପ ସ୍ଥାନ ଦେଲେ ଆମେ ସେଠାକୁ ଚାଲିଯିବୁ ।’ ଏହା ହେଉଛି ଭୂସ୍ଖଳନରେ ନିଜର ସର୍ବସ୍ବ ହରାଇଥିବା ଗଜପତି ଜିଲ୍ଲା ଗୁମ୍ମା ବ୍ଲକ କୁଲଙ୍ଗବାସୀଙ୍କ ଆକୁଳ ନିବେଦନ । ଚଳିତ ଭୂସ୍ଖଳନରେ ମାଟିରେ ମିଶିଛି 21ଟି ଘର । ଏମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ପ୍ରଶାସନ ମଧ୍ୟ ତତ୍ପର ଥିବା ବେଳେ ଜମି ଚିହ୍ନଟ କାମ ଆରମ୍ଭ ହୋଇଥିବା ଜିଲ୍ଲାପାଳ କହିଛନ୍ତି।