thumbnail

By

Published : Oct 2, 2020, 10:03 PM IST

ETV Bharat / Videos

ଯୋଗୀଙ୍କୁ ହାଥରସ ପୀଡିତା ଦାଦାଙ୍କ ଚ୍ୟାଲେଞ୍ଜ, 50 ଲକ୍ଷ ନେଇ ମୁଖ୍ୟମନ୍ତ୍ରୀ ପଦ ଛାଡ

ଥାନେ: ହାଥରସ ଘଟଣାକୁ ନେଇ ଚାରିଆଡେ ନ୍ୟାୟ ପାଇଁ ଦାବି ଜୋର ଧରିଛି । ପ୍ରଶ୍ନ ଘେରକୁ ଆସିଛନ୍ତି ଖୋଦ ରାଜ୍ୟରେ କ୍ଷମତାସୀନ ଯୋଗୀ ସରକାର । ବିରୋଧୀ ବାରମ୍ବାର ସରକାରଙ୍କୁ ଟାର୍ଗେଟ କରି ଚଳାଇଛନ୍ତି ଜୋରଦାର ପ୍ରଦର୍ଶନ । ଏପରିସ୍ଥିତିରେ ଥାନେରେ ରହୁଥିବା ହାଥରସ ପୀଡିତାଙ୍କ ଦାଦା ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଦେଇଛନ୍ତି ଚ୍ୟାଲେଞ୍ଜ । 50 ଲକ୍ଷ ଟଙ୍କା ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ କହିଛନ୍ତି ପୀଡିତାଙ୍କ ଦାଦା । ଘଟଣାକୁ ନେଇ ବେଶ ଦୁଃଖିତ ଅଛନ୍ତି ପୀଡିତାଙ୍କ ଦାଦା । ଯୋଗୀ ସରକାର ପୀଡିତାଙ୍କ ପରିବାରକୁ 25 ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା ଉପରେ ସେ ଏହି ପ୍ରତିକ୍ରିୟା ରଖିଛନ୍ତି।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.