ସଂରକ୍ଷଣ ପାଇଁ ଆସିବ ସଂଶୋଧନ ପ୍ରସ୍ତାବ, ଗର୍ଜିଲା କଂଗ୍ରେସ - ଗଣେଶ୍ବର ବେହେରା

🎬 Watch Now: Feature Video

thumbnail

By

Published : Aug 26, 2021, 5:42 PM IST

ଭୁବନେଶ୍ବର: ରାଜ୍ୟରେ ଲାଗି ରହିଛି ଓବିସି ସୀମା ସଂରକ୍ଷଣ ତାତି । ଏନେଇ ପୂର୍ବରୁ ଶାସକ-ବିରୋଧୀ ମୁହାଁମୁହିଁ ହୋଇଥିଲେ । ଅନ୍ୟ ପଛୁଆ ବର୍ଗ (ଓବିସି)ଙ୍କ ସଂରକ୍ଷଣ ବୃଦ୍ଧି ନେଇ ବିଜେଡି କେନ୍ଦ୍ର ନିକଟରେ ଦାବି କରିଥିଲେ ହେଁ କିଛି ଲାଭ ହୋଇନି । ତେଣୁ ନିର୍ବାଚନରେ ସଂରକ୍ଷଣ ନେଇ ବିଧାନସଭାରେ ସଂଶୋଧନ ପ୍ରସ୍ତାବ ଆସିବ ବୋଲି ଆଜି ସୂଚନା ଦେଇଛନ୍ତି ରାଜ୍ୟ ପଞ୍ଚାୟତମନ୍ତ୍ରୀ ପ୍ରତାପ ଜେନା । ଯାହାକୁ ନେଇ ଗର୍ଜିଛି କଂଗ୍ରେସ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ବିଶେଷ ପରିସ୍ଥିତିରେ ୫୦ ପ୍ରତିଶତରୁ ଊର୍ଦ୍ଧ୍ବ ସଂରକ୍ଷଣ ସମ୍ଭବ । ଜାତୀୟ ସ୍ତରରେ ଅନୁସୂଚିତ ଜାତି ଜନଜାତି ଅନୁପାତ ୨୨.୫ ପ୍ରତିଶତ ଥିବାବେଳେ ବର୍ତ୍ତମାନ ତାହା ବୃଦ୍ଧି ପାଇଁ ୨୫.୨ ରହିଛି । ମାତ୍ର ଓଡିଶାରେ ଏହି ଜନଜାତି ଅନୁପାତ ୩୯.୯୮ । ଫଳରେ ଓଡିଶା ସେହି ବିଶେଷ ପରିସ୍ଥିତିର ପରିସରଭୁକ୍ତ । ମାତ୍ର ରାଜ୍ୟ ସରକାର ଏହି ଯୁକ୍ତି ଉପସ୍ଥାପନା କରିବାରେ ବିଫଳ ହୋଇଛନ୍ତି । ବାସ୍ତବରେ ସରକାରଙ୍କୁ ଓବିସିଙ୍କ ସ୍ବାର୍ଥ ପ୍ରତି ଆଦୌ ଚିନ୍ତା ନାହିଁ କି ବ୍ୟଥା ନାହିଁ । ସେ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ସମାଲୋଚନା କରିଛନ୍ତି କଂଗ୍ରେସ ମିଡିଆ ସେଲ ଅଧ୍ୟକ୍ଷ ଗଣେଶ୍ବର ବେହେରା । ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.