ପୁରୀ: ଆଜି ଜିଲ୍ଲାରେ ସକାଳୁ ଘନ କୁହୁଡି ଦେଖାଦେଇଛି । ଏତେ ମାତ୍ରରେ କୁହୁଡି ହୋଇ ଥିଲା ଯେ ଶ୍ରୀମନ୍ଦିର ମଧ୍ୟ ଦୃଶ୍ୟମାନ ହୋଇ ନଥିଲା । ନୀଳଚକ୍ର ବି ଆଦୌ ଦେଖା ଯାଇ ନଥିଲା । ତେବେ ସକାଳୁ କୁହୁଡିଆ ପାଗ ଯୋଗୁଁ ଯାନବାହାନ ଚଳାଚଳ କିଛି ମାତ୍ରାରେ ପ୍ରଭାବିତ ହୋଇଛି। ଲୋକ ମାନେ ବାଇକରେ ଦୈନନ୍ଦିନ ଯିବା ଆସିବାରେ ସମସ୍ୟାର ସମୁଖୀନ ହୋଇଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ