ଉଜୁଡା ଫସଲ ଧରି ଲୁହ ଢାଳୁଛି ଚାଷୀ - farmers tension for flood

🎬 Watch Now: Feature Video

thumbnail

By

Published : Sep 7, 2020, 9:16 PM IST

ଅନୁଗୋଳ: ଉଜୁଡି ଗଲା ସୁନାର ଫସଲ । ମଉଳି ଯାଇଛି ଆଶା । ଶହ ଶହ ଏକର ଜମିରେ ପଚି ସଢି ଯାଇଛି ଧାନ , ପନିବାର ଓ ଡାଲି ଜାତୀୟ ଫସଲ । ମୁଣ୍ଡର ଝାଳ ତୁଣ୍ଡରେ ମାରି ବହୁ ଋଣ କରଜ କରି ଚାଷ କରିଥିଲା ଚାଷୀ । ହେଲେ ସବୁକିଛି ଭସାଇ ଦେଇଛି ବନ୍ୟା । ଅନୁଗୋଳ ସାତକୋଶିଆ ଗଣ୍ଡର ଅବବାହିକାରେ ଥିବା ଟିକରପଡା ପଞ୍ଚାୟତର ଚାଷୀଙ୍କୁ ଅନେକ କଷଣ ଦେଇଯାଇଛି ବନ୍ୟା । ଏହି ପଞ୍ଚାୟତର ଟିକରପଡା, ମଝିପଡା, ବେହେରାସାହି, ଗଇନ୍ଦି, ରାମିମୁଣ୍ଡା ସହ ଅନେକ ଗାଁର ଏକର ଏକର ଚାଷ ଜମିରେ ବନ୍ୟା ଜଳ ପ୍ରାୟ ୫ ଦିନ ଧରି ଜମି ରହିଲା। ଫଳରେ ଧାନ ସମେତ ବିଭିନ୍ନ ପନିପରିବା ଓ ଡାଲି ଜାତୀୟ ଫସଲ ସମ୍ପୂର୍ଣ ନଷ୍ଟ ହୋଇଯାଇଛି। ଗଛ ସବୁ ପଚିଶଢି ଗଲା । ଆଉ ମାତ୍ର ୨ମାସ ପରେ ଧାନ ଅମଳ କରିଥାନ୍ତେ ଚାଷୀ। ଡାଲି ଜାତୀୟ ଫସଲ ଅମଳ ଆରମ୍ଭ ହୋଇ ଯାଇଥିଲା। ପନିପରିବା ମଧ୍ୟ ବିକ୍ରି କରିବା ଆରମ୍ଭ କରାଯାଇଥିଲା। ଠିକ ସମୟରେ ଆଖି ପକାଇ ଦେଲା ବନ୍ୟା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.