NMA କୌଣସି ପ୍ରକାର ଘର ଭାଙ୍ଗିବାକୁ କହୁନାହିଁ: ଅନୀଲ ଧୀର

By

Published : Feb 15, 2021, 8:26 PM IST

thumbnail
ଭୁବନେଶ୍ବର: ଜାତୀୟ ସ୍ମାରକ ପ୍ରାଧିକରଣ (NMA) ଦ୍ବାରା ପ୍ରସ୍ତାବିତ ଲିଙ୍ଗରାଜ ଓ ବିଭିନ୍ନ ମନ୍ଦିର ପାଇଁ ଅଧିନିୟମ ବାଇ-ଲ’ ନେଇ ବିବାଦ ଉପୁଜିଛି । ଏକାମ୍ର କ୍ଷେତ୍ରରୁ ଏହି ଅଧିନିୟମ ପ୍ରତ୍ୟାହାର ଦାବିରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଶୀତଳ ଯୁଦ୍ଧ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ଟ୍ବିଟ୍ ରାଜନୀତି ଉକ୍ତ ଘଟଣାକୁ ଆହୁରି ସରଗରମ କରିଛି । ଲିଙ୍ଗରାଜ ମନ୍ଦିର ସେବାୟତ ନିଯୋଗ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ମନ୍ଦିର ବିକାଶ କାର୍ଯ୍ୟରେ ରୋକ ଲଗାଇବା ପାଇଁ ଏହା ଏକ ଷଡଯନ୍ତ୍ର ବୋଲି କହିଛନ୍ତି । ତେବେ ବାସ୍ତବରେ କ'ଣ ଏହି NMA, ଏହାର ନିୟମ କ'ଣ ରହିଛି ସେ ସମ୍ପର୍କରେ ସୂଚନା ଦେଇଛନ୍ତି ସଂସ୍କୃତି ଗବେଷକ ଡ଼ଃ ଅନୀଲ ଧୀର । ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.