ଅନଲାଇନରେ ମା' ତାରିଣୀଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ - ଭର୍ଚ୍ଚୁଆଲ ମାଧ୍ୟମରେ ଦର୍ଶନ ଦେଲେ ମାଆ ତାରିଣୀ
🎬 Watch Now: Feature Video
କେନ୍ଦୁଝର: ଆଜି(ଶୁକ୍ରବାର) ନୂତନ ବର୍ଷ ୨୦୨୧କୁ ସାରା ବିଶ୍ବରେ ପାଳନ କରାଯାଉଛି । ନୂଆ ବର୍ଷରେ ଜିଲ୍ଲାର ପ୍ରସିଦ୍ଧ ଘଟଗାଁ ମା' ତାରିଣୀଙ୍କ ମନ୍ଦିରକୁ ଶ୍ରଦ୍ଧାଳୁଙ୍କ ପ୍ରବେଶରେ କଟକଣା ଲଗାଯାଇଛି । ତେବେ କୋଭିଡ ସଂକ୍ରମଣକୁ ଦୃଷ୍ଟିରୁ ଶ୍ରଦ୍ଧାଳୁଙ୍କ ପାଇଁ ଭର୍ଚ୍ଚୁଆଲ ମାଧ୍ୟମରେ ମା'ଙ୍କ ଦର୍ଶନ ବ୍ୟବସ୍ଥା କରାଯାଇଛି । ନୂତନ ବର୍ଷ ଉପଲକ୍ଷେ ସବୁଠି ଖୁସିର ମାହୋଲ । ନୂତନ ବର୍ଷରେ ପରିବାରର ମଙ୍ଗଳ କାମନା କରିବା ପାଇଁ ସମସ୍ତେ ମନ୍ଦିରମୁହାଁ ହୋଇଥାନ୍ତି । କିନ୍ତୁ କୋଭିଡ଼କୁ ନେଇ ସବୁଠି ମନ୍ଦିରରେ ଦେବାଦେବୀଙ୍କ ଦର୍ଶନକୁ ବାରଣ କରାଯାଇଛି । ରାଜ୍ୟରେ କିଛି ମନ୍ଦିର ସାଧାରଣ ଦର୍ଶନକୁ କୋଭିଡ଼ ନିୟମ ଅନୁସାରେ ଖୋଲା ଯାଇଥିଲା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ବହୁ ମନ୍ଦିର ବନ୍ଦ ରହିଛି । ପ୍ରସିଦ୍ଧ ଘଟଗାଁ ତାରିଣୀ ମନ୍ଦିରରେ ମଧ୍ୟ ଦର୍ଶନ ବ୍ୟବସ୍ଥା ବନ୍ଦ ଥିବାରୁ ଶ୍ରଦ୍ଧାଳୁଙ୍କ ପାଇଁ ଭର୍ଚ୍ଚୁଆଲ ଦର୍ଶନ ବ୍ୟବସ୍ଥା ଗ୍ରହଣ କରାଯାଇଛି ।