ସେପ୍ଟେମ୍ବର 11 ଯାଏଁ ବଢ଼ିଲା ଯୁକ୍ତ ଦୁଇ ନାମଲେଖା ଶେଷ ତାରିଖ - Deadline For Plus II Admission]
🎬 Watch Now: Feature Video
ଭୁବନେଶ୍ବର: ରାଜ୍ୟରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୁକ୍ତ ଦୁଇ ନାମଲେଖା ଶେଷ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ଆସନ୍ତା ସେପ୍ଟେମ୍ବର 11 ପର୍ଯ୍ୟନ୍ତ ବୃଦ୍ଧି ହୋଇଛି ନାମ ଲେଖା ତାରିଖ । ତେବେ ସେପ୍ଟେମ୍ବର 4 ଯାଏଁ ଆବେଦନର ଶେଷ ତାରିଖ ଥିବା ବେଳେ ଏହାକୁ ସେପ୍ଟେମ୍ବର 11 ଯାଏଁ ବୃଦ୍ଧି କରାଯାଇଛି । ଯୁକ୍ତ 2 ନାମଲେଖା ତାରିଖ ଘୁଞ୍ଚିବା ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ଅନ୍ୟପକ୍ଷେ ସେପ୍ଟେମ୍ବର ପ୍ରଥମ ସପ୍ତାହରେ କଳା ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ମନ୍ତ୍ରୀ କହିଛନ୍ତି।