ସାଇବର ଠକେଇ; ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବ୍ୟକ୍ତିଙ୍କ ଆତ୍ମହୁତି ଉଦ୍ୟମ - ମାତିଛନ୍ତି ସାଇବର ଠକ

🎬 Watch Now: Feature Video

thumbnail

By

Published : Jan 4, 2021, 4:34 PM IST

ଖୋର୍ଦ୍ଧା: ମାତିଛନ୍ତି ସାଇବର ଠକ। ଏହି ଅନଲାଇନ ଚୋରଙ୍କ ଦ୍ବାରା ଠକେଇର ଶିକାର ହୋଇଥିବା ଜଣେ ବ୍ୟକ୍ତି ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କିରାସିନି ଢାଳି ଆତ୍ମହୁତି ଉଦ୍ୟମ କରିଛି। ଏହି ସମୟରେ ପୋଲିସ ତାଙ୍କୁ ଗିରଫ କରିଛି। ଠକେଇ ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଲେ ଖୋର୍ଦ୍ଧା ବୋଲଗଡ ଥାନା ବାଙ୍କୋଇ ଗ୍ରାମର ବ୍ରଜବନ୍ଧୁ ସାହୁ। ସୂଚନା ଅନୁଯାଇ, ବ୍ରଜବନ୍ଧୁ ଏକ ବିଦେଶୀ ୱେବସାଇଟରେ 16ଲକ୍ଷ 32 ହଜାର ଟଙ୍କା ଠକେଇର ଶିକାର ହୋଇ ଗତ 15ଦିନ ତଳେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ । ସେହିପରି ଏହାର ବିଚାର କରାନଗଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଧମକ ଦେଇଥିଲେ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.