ଶିକାର କରିବାକୁ ଆସି ଶିକାରୀ ଫାସରେ କୁମ୍ଭୀର - କୁମ୍ଭୀର

🎬 Watch Now: Feature Video

thumbnail

By

Published : Aug 4, 2020, 3:28 PM IST

କେନ୍ଦ୍ରାପଡା: ଶିକାର କରିବାକୁ ଆସି ଫସିଲା କୁମ୍ଭୀର । ଘଟଣାଟି ହେଉଛି ଜିଲ୍ଲାର ଇନ୍ଦୁପୁର ଅଞ୍ଚଳର । ଏଠାରେ ଥିବା ବିରୂପା ନଦୀରେ ଗତ ରବିବାର ରାତିରେ କୁମ୍ଭୀରଟି ସ୍ଥାନୀୟ ଅଞ୍ଚଳର ଘୁଷୁରୀ ପାଳକ ବିଭୂତି ଘଡେଇଙ୍କ ଘୁଷୁରୀ ପଲରୁ ଏକ ଘୁଷୁରୀ ଟାଣି ଆଣିଥିଲା । ହେଲେ ଏହାକୁ ଅଧା ଖାଇ ସେ ନଦୀ ପାଖରେ ଥିବା ଜମିରେ ଛାଡି ଯାଇଥିଲା । ଏନେଇ ସମ୍ପୃକ୍ତ ଘୁଷୁରୀ ପାଳକ ମୃତ ଘୁଷୁରୀଟିକୁ ଏକ ଖାଲରେ ପକାଇ ଫାସ ବସାଇଥିଲେ । କୁମ୍ଭୀର ପୁଣି ଆସିବାର ଅପେକ୍ଷା କରିବା ପରେ ସୋମବାର ସନ୍ଧ୍ୟା ସମୟରେ କୁମ୍ଭୀରଟି ପୁଣି ଆସି ଖାଲରୁ ଘୁଷୁରୀକୁ ଖାଇବାକୁ ଉଦ୍ୟମ କରିବା ବେଳେ ସେ ଫେରିବା ବାଟକୁ ମାଟି ପକାଇ ବନ୍ଦ କରିଦେଇଥିଲେ । ଫଳରେ ନଦୀକୁ ଫେରିନପାରି କୁମ୍ଭୀରଟି ଖାଲରେ ଫସି ଯାଇଥିଲା । କୁମ୍ଭୀରଟି ପ୍ରାୟ 12 ଫୁଟ ଲମ୍ବ ହୋଇଥିବା ଅନୁମାନ କରାଯାଉଥିବା ବେଳେ ଏହାକୁ ଦେଖିବା ପାଇଁ ଘଟଣାସ୍ଥଳରେ ଜମିଛି ସ୍ଥାନୀୟ ବାସିନ୍ଦାଙ୍କ ଭିଡ । କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.