ନୂଆ ମୁଖ୍ୟ ଶାସନ ସଚିବଙ୍କ ନାଁରେ ଦୁର୍ନୀତି ଅଭିଯୋଗ - ନୂଆ ମୁଖ୍ୟ ଶାସନ ସଚିବ

🎬 Watch Now: Feature Video

thumbnail

By

Published : Dec 29, 2020, 9:32 PM IST

ପୁରୀ: ନୂଆ ମୁଖ୍ୟ ଶାସନ ସଚିବଙ୍କ ନାଁରେ ଦୁର୍ନୀତି ଅଭିଯୋଗ । ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରି ବିବାଦୀୟ ହୋଇଥିବା ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ ଆଣିଛି ଶ୍ରୀଜଗନ୍ନାଥ ସେନା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଥିବା ସମୟରେ ନବକଳେବର ଠାରୁ ଆରମ୍ଭ କରି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟଳୟ ଯାଏଁ ଦୁର୍ନୀତିରେ ସାମିଲ ଥିଲେ ବୋଲି ସେନା ଅଭିଯୋଗ ଆଣିଛି । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟଳୟ ଏନଜିଓ ମାଧ୍ୟମରେ ଝାଡୁଦାର ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତି, ବେଦାନ୍ତ ବିଶ୍ବବିଦ୍ୟାଳୟକୁ ମହାପ୍ରଭୁଙ୍କ ୧୬୦୦ ଏକର ଜମି ଦେବା, ଓମଫେଡ ମୁଖ୍ୟ ଭାବେ ଅବସ୍ଥାପିତ ଥିବା ସମୟରେ ୨୦୦ କୋଟିର ଦୁର୍ନୀତି ଆଦି ଅଭିଯୋଗ ଆଣିଛି ଜଗନ୍ନାଥସେନା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.