ଜାନୁଆରୀରୁ ଟୀକାକରଣ: ବୟୋଜ୍ୟେଷ୍ଠ ଓ କୋରୋନା ଯୋଦ୍ଧାଙ୍କୁ ମାଗଣା ଟୀକା
🎬 Watch Now: Feature Video
କଟକ: ରାଜ୍ୟରେ ଜାନୁଆରୀ ମାସରୁ ଟିକାକରଣ ଆରମ୍ଭ ହେବା ସହିତ ବୟୋଜ୍ୟେଷ୍ଠ ଓ କୋରୋନା ଯୋଦ୍ଧାଙ୍କୁ ମାଗଣା ଟୀକା ମିଳିବ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ । ଗୁରୁବାର ଚୌଦ୍ବାରଠାରେ ଏକ ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସ୍ବାସ୍ଥ୍ୟମନ୍ତ୍ରୀ ଏଭଳି ପ୍ରତିକ୍ରିୟା ରଖିଛନ୍ତି । ରାଜ୍ୟରେ କୋରୋନାକୁ ନେଇ ସମସ୍ତଙ୍କ ମନରେ ଭୟ ଲାଗି ରହିଥିବାବେଳେ କୋରୋନା ଟୀକା କେବେ ଆସିବ ତାହାକୁ ମଧ୍ୟ ସମସ୍ତେ ଚାହିଁ ବସିଛନ୍ତି । ତେବେ ଇତିମଧ୍ୟରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଏକ ଆଶ୍ବସ୍ତିକର ଖବର ଦେଇଛନ୍ତି । ରାଜ୍ୟରେ ଜାନୁଆରୀ ମାସ ମଧ୍ୟରେ କୋରୋନା ଟୀକା ଉପଲବ୍ଧ ହେବ ବୋଲି ସେ କହିଛନ୍ତି । ତେବେ ଏ ନେଇ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।