thumbnail

By

Published : Jan 6, 2021, 4:45 PM IST

ETV Bharat / Videos

ଟାଟା ପାୱାରକୁ ସମସ୍ତ ବିଦ୍ୟୁତ ବିତରଣ କମ୍ପାନୀ ଦେବା ପ୍ରସଙ୍ଗରେ ଘେରିଲା କଂଗ୍ରେସ

ଭୁବନେଶ୍ବର: ରାଜ୍ୟରେ ଟାଟା ପାୱାରକୁ ସମସ୍ତ ବିଦ୍ୟୁତ ବିତରଣ କମ୍ପାନୀ ବିକ୍ରି କରାଯିବା ପ୍ରସଙ୍ଗରେ ଘେରିଲା କଂଗ୍ରେସ । କୋଭିଡ ସମୟରେ ହଜାର କୋଟି ଟଙ୍କାରେ କିଭଳି ବିକ୍ରି କରି ଦିଆଗଲା ବୋଲି ପ୍ରଶ୍ନ ଉଠାଇଲେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ । ବୁଧବାର, କଂଗ୍ରେସ ସାମ୍ବାଦିକ ସମ୍ମିଳନୀ କରି ବିଦ୍ୟୁତ୍‌ ବିତରଣକୁ ନେଇ ରାଜ୍ୟ ସରକାରଙ୍କୁ ଅନେକ ପ୍ରଶ୍ନ କରିଛି । କଂଗ୍ରେସ ସରକାରରେ ଥିବା ସମୟରେ ଆଣିଥିବା ବିଦ୍ୟୁତ ସଂସ୍କାର ଓ ଏବେକାର ସ୍ଥିତି ଭିତରେ କହି ରାଜ୍ୟ ସରକାରଙ୍କୁ ଘେରିଛି ଦଳ । 1995 ମସିହାରେ କଂଗ୍ରେସ ସରକାର ବିଦ୍ୟୁତ ସଂସ୍କାର ଆଣିବା ପାଇଁ ଓଇଆରସି ଗଠନ କରିଥିଲେ। ସେହିପରି ଉପା ସରକାର ପୂର୍ବରୁ ରାଜ୍ୟରେ ମାତ୍ର 17 ପ୍ରତିଶତ ବିଦ୍ୟୁତ ସେବା ହୋଇଥିବାବେଳେ ଉପାସରକାର ସମୟରେ ଏହା 97 ପ୍ରତିଶତରେ ପହଞ୍ଚିଥିଲା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.