thumbnail

By

Published : Oct 4, 2020, 7:47 PM IST

ETV Bharat / Videos

ହାଥରସ ଘଟଣାକୁ ନେଇ ଫୁଲବାଣୀରେ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ

ଫୁଲବାଣୀ: ସାରା ଦେଶରେ ହାଥରସ ଘଟଣା ପାଇଁ ଜନ ଅସନ୍ତୋଷର ନିଆଁ ଜଳୁଥିବା ବେଳେ ସ୍ଥାନେ ସ୍ଥାନେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଏପଟେ ହାଥରସ କାଣ୍ଡକୁ ନେଇ ଫୁଲବାଣୀରେ ଗର୍ଜିଲେ କଂଗ୍ରେସ କର୍ମୀ। ଗଣଦୁଷ୍କର୍ମ ଓ ବିଭତ୍ସ ହତ୍ୟାକାଣ୍ଡକୁ ନେଇ ଫୁଲବାଣୀ ବିଜୁ ପଟ୍ଟନାୟକ ଛକରେ କନ୍ଧମାଳ ଯୁବ କଂଗ୍ରେସ ବିକ୍ଷୋଭ କରିଛନ୍ତି । ଏହାସହ କ୍ୟାଣ୍ଡେଲ ଜାଳି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ହାଥରସ ପୀଡିତାଙ୍କୁ। ଏହା ସହ ବିଜେପି ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ କଂଗ୍ରେସ କର୍ମୀ ଓ ନେତା। ଏବଂ ପରେ ଯୋଗୀ ଆଦିତ୍ୟନାଥଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ସହରର କେତେକ ସାମାଜିକ ସଂଗଠନ ମଧ୍ୟ କ୍ୟାଣ୍ଡେଲ ଜାଳି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.