ବନ୍ୟା କ୍ଷୟକ୍ଷତି ଆକଳନ ପ୍ରସଙ୍ଗ; କଂଗ୍ରେସର କଟାକ୍ଷ, କୁଆଡେ ଗଲା କେନ୍ଦ୍ରୀୟ ଟିମ୍‌

By

Published : Sep 8, 2020, 4:53 PM IST

thumbnail
ଭୁବନେଶ୍ବର: ରାଜ୍ୟରେ ବନ୍ୟା ଆସି ସ୍ଥିତିରେ ସୁଧାର ଆସିଲାଣି । ହେଲେ କେନ୍ଦ୍ରୀୟ ଟିମ୍‌ର ଦେଖାନାହିଁ । ଯାହାକୁ ନେଇ କଂଗ୍ରେସ କଟାକ୍ଷ କରିଛି । ବନ୍ୟାରେ ସୁଧାର ଆସିବା ପରେ ରାଜ୍ୟ ସରକାର ଯେତିକି ପଦକ୍ଷେପ ନେବା କଥା ନେଇଛନ୍ତି । ଏବେ କେନ୍ଦ୍ରୀୟ ଟିମକୁ ଅପେକ୍ଷା କରିଛନ୍ତି। ଏହାରି ଭିତରେ ସ୍ଵତନ୍ତ୍ର ରିଲିଫ କମିଶନର ଟିମ୍‌ ପଠାଇବାକୁ ଗୃହ ମନ୍ତ୍ରଣାଳୟକୁ ଅବଗତ କରି ସାରିଛନ୍ତି। ହେଲେ ଚିଠି ଦେବାର 7 ଦିନ ବିତିବାକୁ ଗଲାଣି। କେନ୍ଦ୍ରୀୟ ଟିମ କେବେ ଆସିବେ ସେନେଇ କିଛି ଖବର ନାହିଁ। ରାଜ୍ୟକୁ ଏନେଇ କିଛି ଅବଗତ କରିନି କେନ୍ଦ୍ର। ଫଳରେ ଏନେଇ ସବୁଆଡେ ଅସନ୍ତୋଷ ପ୍ରକାଶ ପାଇଛି। କାହିଁକି ନା ବନ୍ୟା ସ୍ଥିତି ଅନୁଧ୍ୟାନ କରିବାର ଏବେ ହିଁ ପ୍ରକୃଷ୍ଟ ସମୟ। ହେଲେ ଟିମ ନଆସିବାରୁ ଉଦବେଗ ପ୍ରକାଶ କରିଛି କଂଗ୍ରେସ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.