ସୂଚନା ମାଗିଲେ 30 ଲକ୍ଷ ଦାବି, କଲେଜରେ ପ୍ରହସନ ପାଲଟିଛି RTI

🎬 Watch Now: Feature Video

thumbnail
ଭୁବନେଶ୍ବର: କୌଣସି ଅନୁଷ୍ଠାନ କିମ୍ବା ବିଭାଗର କିଛି ସୂଚନା ଜାଣିବାକୁ ଚାହୁଁଥିଲେ ସାଧାରଣ ଲୋକଙ୍କ ପାଇଁ ରହିଛି ସୂଚନା ଅଧିକାର ଆଇନ । ଏହା ମାଧ୍ୟମରେ ନିର୍ଦ୍ଦିଷ୍ଠ ଫର୍ମ ଜରିଆରେ ଅଧିକାରୀଙ୍କୁ ତଥ୍ୟ ପାଇଁ ଆବେଦନ କରିବାର ନିୟମ ରହିଛି । ତେବେ ପୁରୀ ଜିଲ୍ଲା କାକଟପୁର ଅଞ୍ଚଳରେ ଘଟିଛି କିଛି ବିରଳ ଘଟଣା । ସୂଚନା ପାଇବ ତ ଆଗ ଜମା କର ୩0 ଲକ୍ଷ ଟଙ୍କା । ଅଧିକ ଅର୍ଥ ଆବଶ୍ୟକ ହେଲେ ପରେ ଦେବ । ରାଜ୍ୟରେ ସୂଚନା ଅଧିକାର ଆଇନ କିଭଳି ଚାଲିଛି ଏହା ତାର ଏକ ନିଚ୍ଛକ ଉଦାହରଣ । ନିଜ କଲେଜ ସମ୍ପର୍କରେ ସୂଚନା ଅଧିକାର ଆଇନ୍‍ ବଳରେ ତଥ୍ୟ ଚାହୁଁଥିବା ଜଣେ ପୁରାତନ ଛାତ୍ରଙ୍କୁ କାକଟପୁର ମଙ୍ଗଳା ମହାବିଦ୍ୟାଳୟର ସୂଚନା ଅଧିକାରୀ (ପିଆଇଓ) ଏଭଳି ନିର୍ଦ୍ଦେଶ ଦେଇଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.