ନବବର୍ଷରେ ନୂଆ ଭେଟି, ଆଜି ରାମଲିଙ୍ଗେଶ୍ବର ପ୍ରମୋଦ ଉଦ୍ୟାନର ଉଦଘାଟନ

By

Published : Jan 4, 2021, 3:45 PM IST

thumbnail
ବ୍ରହ୍ମପୁର: ନବବର୍ଷରେ ବ୍ରହ୍ମପୁରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି । ସହରର ବହୁ ପ୍ରତୀକ୍ଷିତ ରାମଲିଙ୍ଗେଶ୍ବର ପ୍ରମୋଦ ଉଦ୍ୟାନ ପୋଖରୀର ଉନ୍ନତିକରଣ କାର୍ଯ୍ୟ ସରିଥିବାବେଳେ ଏହାକୁ ଆଜି ଭିସି ଯୋଗେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୋଖରୀର ଉନ୍ନତିକରଣ ପାଇଁ 12 କୋଟି 5 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଏଠାରେ ଦର୍ଶକଙ୍କ ପାଇଁ ରାତ୍ର ସମୟରେ ଆକର୍ଷଣୀୟ ଚିତାକର୍ଷକ ଆଲୋକମାଳା ସାଙ୍ଗକୁ ୱାର୍ଟର ଫାଉଣ୍ଟେନ୍‌ର ମଜ୍ଜା ନେବାର ବ୍ୟବସ୍ଥା ହୋଇଛି । ମୋଟ 8.15 ଏକର ବିଶିଷ୍ଟ ରାମଲିଙ୍ଗମ୍ ପୋଖରୀର 1500 ବର୍ଗକ୍ଷେତ୍ରରେ ରହିଛି ଫୁଲ ବଗିଚା, ଛଅଟି ୱାର୍ଚ ଟାୱାର, ୱାର୍ଡର ଫାଉଣ୍ଟେନ୍ ଓ ଛୋଟ ସପିଙ୍ଗ୍ କମ୍ପ୍ଲେକ୍ସ । ସେହିପରି ପୋଖରୀର ଚତୁଃପାର୍ଶ୍ବରେ ଚାଲିବା ପାଇଁ 620 ମିଟର ଦୈର୍ଘ୍ୟ ବିଶିଷ୍ଟ ପାଦଚଲା ରାସ୍ତା ରହିଛି । ଯାହା ଲୋକଙ୍କୁ ଆକୃଷ୍ଟ କରିବ ବୋଲି କୁହାଯାଉଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.