ନୂଆପଡ଼ାରେ ବଢୁଛି ସଂକ୍ରମଣ, ଛତିଶଗଡ଼ ସୀମାକୁ ସିଲ କଲା ଜିଲ୍ଲା ପ୍ରଶାସନ - ନୂଆପଡ଼ାରେ ସଂକ୍ରମଣ ବୃଦ୍ଧି
🎬 Watch Now: Feature Video
ନୂଆପଡ଼ା: ଜିଲ୍ଲାରେ କୋରୋନା ମହାମାରୀର ଦ୍ବିତୀୟ ଲହରର ପ୍ରଭାବ ଦେଖିବାକୁ ମିଳିଥିବା ବେଳେ ଏଥିରେ ଜିଲ୍ଲାବାସୀ ପ୍ରଭାବିତ ହୋଇଛନ୍ତି । ଜିଲ୍ଲାଟି ଛତିଶଗଡ଼ ରାଜ୍ୟର ସୀମାକୁ ଲାଗି ରହିଥିବା କାରଣରୁ ଛତିଶଗଡ଼ ଲିଙ୍କ ପାଇଁ ଜିଲ୍ଲାରେ ବଢୁଛି ସଂକ୍ରମଣ । କୋଭିଡ ସଂକ୍ରମଣକୁ ନେଇ ଜିଲ୍ଲା ପ୍ରଶାସନ ମଧ୍ୟ କଡା ପଦକ୍ଷେପ ଗ୍ରହଣ କରିଛି । ଜିଲ୍ଲାରେ ଥିବା 7ଟି ଛତିଶଗଡ଼ ପ୍ରବେଶ ପଥରେ ପୋଲିସକୁ ମୁତୟନ କରାଯାଇଛି । ଛତିଶଗଡ଼ ରାଜ୍ୟକୁ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ତେବେ ଜିଲ୍ଲାରେ କିପରି କୋଭିଡ଼ ସ୍ଥିତି ସହ ମୁକାବିଲା କରାଯାଉଛି ସେ ସମ୍ପର୍କରେ ଜିଲ୍ଲା ପ୍ଲାନିଂ ବୋର୍ଡ ଅଧ୍ୟକ୍ଷ ରାଜେନ୍ଦ୍ର ଢୋଲକିଆଙ୍କ ସହ ଆଲୋଚନା କରିଛନ୍ତି ଆମ ନୂଆପଡ଼ା ପ୍ରତିନିଧି ମୋତିଲାଲ ବାଗ ।