ରାଜ୍ୟସଭାରେ ଆଶାକର୍ମୀ ଓ ଅଙ୍ଗନବାଡିଙ୍କ ପାଇଁ ସ୍ପେଶାଲ ପ୍ୟାକେଜ ଦାବି କଲା ବିଜେଡି - ରାଜ୍ୟସଭାରେ ବିଜେଡିର ସ୍ପେଶାଲ ପ୍ୟାକେଜ ଦାବି
🎬 Watch Now: Feature Video
ନିଆଦିଲ୍ଲୀ: ବୁଧବାର ରାଜ୍ୟସଭାରେ ଅଙ୍ଗନବାଡି ଓ ଆଶା କର୍ମୀଙ୍କ ପାଇଁ ସ୍ପେଶାଲ ପ୍ୟାକେଜ ଦାବି କଲା ବିଜେଡି । ରାଜ୍ୟସଭାର ଶୂନ୍ୟକାଳରେ ବିଜେଡି ସାଂସଦ ସୁବାଷ ସିଂ ଏହି ଦାବି ରଖିଛନ୍ତି । ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ଦିନ ରାତି କାର୍ଯ୍ୟ କରୁଛନ୍ତି ଆଶା ଓ ଅଙ୍ଗନାବାଡି କର୍ମୀ । ଏପରିକି ସରକାର ତାଙ୍କୁ କୋରୋନା ଯୋଦ୍ଧାର ମାନ୍ୟତା ଦେଇଛନ୍ତି । ହେଲେ ସେମାନଙ୍କ କାର୍ଯ୍ୟ ତୁଳନାରେ ପାରିଶ୍ରମିକ ଖୁବ କମ୍ ରହିଛି । ତେଣୁ ସେମାନଙ୍କ ମାସିକ ଦରମା ବୃଦ୍ଧି କରିବା ସହ ସ୍ପେଶାଲ ଘୋଷଣା କରିବାକୁ ଦଳ ପକ୍ଷରୁ ସୁବାଷ ସିଂ ଆଜି ଗୃହରେ କହିଛନ୍ତି । ଅଙ୍ଗନବାଡି କର୍ମୀ ମାସିକ 4500 ଟଙ୍କା ପାଉଥିବା ବେଳେ ଆଶା କର୍ମୀ ମାତ୍ର 2500 ଟଙ୍କା ପାଉଛନ୍ତି । କୋରୋନା ମହାମାରୀ ସମୟରେ ସେମାନେ ଲୋକଙ୍କ ସେବାରେ ଲାଗିଛନ୍ତି । ସମଗ୍ର ଦେଶର ସଙ୍ଗରୋଧ କେନ୍ଦ୍ରର ମେରୁଦଣ୍ଡ ସାଜିଛନ୍ତି । ତେଣୁ ଅଙ୍ଗନବାଡି କର୍ମୀଙ୍କୁ 15000 ହଜାର ଓ ଆଶା କର୍ମୀଙ୍କୁ 10000 ଦେବାକୁ ସେ ଦାବି କରିଛନ୍ତି।