ବାଘ ଓ ଜଙ୍ଗଲ ସୁରକ୍ଷା ପାଇଁ 28 ରାଜ୍ୟ, 5 କେନ୍ଦ୍ରଶାସିତ ଅଞ୍ଚଳରେ ବାଇକ ଯାତ୍ରା - ବାଘକୁ ବଞ୍ଚାଇବା ପାଇଁ ବାଇକ ଯାତ୍ରା
🎬 Watch Now: Feature Video
ଭୁବନେଶ୍ବର: ଦେଶ ଅଗ୍ରଗତିର ବିକାଶ ପଥରେ ଆଗେଇ ଚାଲିଥିବା ବେଳେ ଦ୍ରୁତ ଗତିରେ ଲୋପ ପାଇବାରେ ଲାଗିଛି ବନ୍ୟ ଜନ୍ତୁ ଓ ଜଙ୍ଗଲ ସଂଖ୍ୟା । ଯାହାର ପ୍ରଭାବରେ ସୃଷ୍ଟି ହେବାରେ ଲାଗିଛି ଅସ୍ବାସ୍ଥ୍ୟକର ପରିବେଶ । ଏନେଇ ସମାଜକୁ ସଚେତନ କରିବା ସହ ଜଙ୍ଗଲ ଓ ବନ୍ୟଜନ୍ତୁ ମୁଖ୍ୟତଃ ବାଘଙ୍କ ସୁରକ୍ଷା ପାଇଁ ଆଗେଇ ଆସିଛନ୍ତି ପଶ୍ଚିମବଙ୍ଗର ଏକ ସମାଜସେବୀ ଦମ୍ପତି । ବାଇକରେ 29ଟି ରାଜ୍ୟ ଓ 9ଟି କେନ୍ଦ୍ରଶାସିତ ଅଞ୍ଚଳ ବୁଲି ରଚିନ୍ଦ୍ରନାଥ ଦାସ ଓ ଗୀତାଞ୍ଜଳୀ ଦାସ ବାଣ୍ଟୁଛନ୍ତି ସଚେତନତା ବାର୍ତ୍ତା ।