thumbnail

By

Published : Oct 5, 2020, 6:06 PM IST

ETV Bharat / Videos

ଆତ୍ମନିର୍ଭରଶୀଳ ଭୀଷ୍ମ, ଘର ପରିସରରେ କରିଛନ୍ତି ନର୍ସରୀ

ସମ୍ବଲପୁର: ବୃକ୍ଷ ହିଁ ଜୀବନକୁ ନିଜର ବ୍ରତ କରି ଏହି ଦିଗରେ କାମ କରୁଛନ୍ତି ସମ୍ବଲପୁର ଅନୁଗୁଳିଆ ପଡାର ଭୀଷ୍ମ କୁମାର ମେହେର । ନିଜ ଘର ପରିସରରେ ଛୋଟ ନର୍ସରୀଟିଏ କରି ଗଛ ଲଗାଇବା ନିଶାକୁ ପେସାରେ ପରିଣତ କରିଛନ୍ତି ସେ । ଏଠାରେ ବିଭିନ୍ନ ପ୍ରକାର ଫୁଲ, ଫଳ ଓ ସୌନ୍ଦର୍ଯ୍ୟ ବଢାଉଥିବା ପାଖାପାଖି 600 ପ୍ରକାରର ଚାରା ଗଛ ଲଗାଇଛନ୍ତି । ସେହିପରି କଲମୀ କରି ସେ 200 ପ୍ରକାରର ଗୋଲାପ ଚାରା ମଧ୍ୟ କରିଛନ୍ତି । ଛୋଟ ବେଳୁ ଗଛ ଲତା ପ୍ରତି ଥିବା ଦୁର୍ବଳତା ହିଁ ତାଙ୍କୁ ଆଜି ଚାରା ତିଆରି କରିବାର ପ୍ରେରଣା ଯୋଗାଇବା ସହ ଆତ୍ମନିର୍ଭର କରିପାରିଛି । ସମ୍ବଲପୁରର ଏହି ବୃକ୍ଷ ମାନବ ଭୀଷ୍ମ ପୂର୍ବରୁ ନିଜ ସଉକରେ ବିଭିନ୍ନ ପ୍ରକାର ଚାରା ଗଛ ସଂଗ୍ରହ କରି ନିଜେ ଲଗାଇବା ସହ ନିଜ ବନ୍ଧୁ ମାନଙ୍କୁ ବାଣ୍ଟୁଥିଲେ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.