ETV Bharat / state

ଭିଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷକ, ଚାଷ ଜମି କିସମ ପରିବର୍ତ୍ତନ ପାଇଁ ନେଉଥିଲେ ଲାଞ୍ଚ - VIGILANCE RAID

ଚାଷ ଜମିକୁ ଘର ବାଡି କିସମରେ ପରିବର୍ତ୍ତନ କରିବାକୁ ଲାଞ୍ଚ ମାଗୁଥିଲେ ଆରଆଇ । 5 ହଜାର ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ ।

VIGILANCE RAID
VIGILANCE RAID (ETV Bharat Odisha)
author img

By ETV Bharat Odisha Team

Published : Nov 14, 2024, 6:55 PM IST

ଭଦ୍ରକ: ଭିଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷକ । ଚାଷ ଜମିକୁ ଘର ବାଡି କରିବା ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଭଦ୍ରକ ତିହିଡ଼ି ତହସିଲ ଅଧିନସ୍ଥ ଗଦି ରାଜସ୍ବ ନିରୀକ୍ଷକ ଭାଗବତ ଖଟୁଆ । 5 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଛି ।

କଣ ଥିଲା ଘଟଣା ?

ଭିଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷକ (ETV Bharat Odisha)

ଭଦ୍ରକ ଜିଲ୍ଲା ତିହିଡ଼ି ତହସିଲ ଅନ୍ତର୍ଗତ ବିଜୟ ମଲ୍ଲିକ ନାମକ ଜନୈକ ବ୍ୟକ୍ତି ନିଜର ଚାଷ ଜମିକୁ ଘର ବାଡି କିସମରେ ପରିବର୍ତ୍ତନ କରିବା ପାଇଁ ତିହିଡ଼ି ତହସିଲଦାରଙ୍କ ନିକଟରେ ଏକ ନାମଜାରୀ ମକଦ୍ଦମା ମୂଳେ ଆବେଦନ କରିଥିଲେ । ଏହି ମାମଲାକୁ ବିଚାର କରି ତିହିଡ଼ି ତହସିଲଦାର କ୍ଷେତ୍ରୀୟ ତଦନ୍ତ କରିବା ପାଇଁ ଗଦି ଆରଆଇ ଅଫିସକୁ ମାମଲାଟି ପଠାଇଥିଲେ । କାରଣ ଜମିଟି ଗଦି ଆରଆଇ ଅଫିସ ଅଧୀନରେ ଥିବା ଜଣାପଡ଼ିଛି । ତେଣୁ ଗଦି ଆର ଆଇ ଅଫିସର ଆର.ଆଇ ଭାଗବତ ଖଟୁଆ ତିହିଡ଼ି ତହସିଲଦାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଜମିକୁ କ୍ଷେତ୍ରୀୟ ତଦନ୍ତ କରିବା ପାଇଁ ସେଠାକୁ ଯାଇଥିଲେ । ହେଲେ ଏହା ଏକ ଚାଷ ଜମି କିସମର ଜମି ହୋଇଥିବା ଦର୍ଶାଇ, ନିୟମ ଅନୁଯାୟୀ ତାହାର କିସମ ପରିବର୍ତ୍ତନ ହୋଇପାରିବ ନାହିଁ ବୋଲି ଆର. ଆଇ ଭାଗବତ ଖଟୁଆ ସମ୍ପୃକ୍ତ ବ୍ୟକ୍ତିଙ୍କୁ କହିଥିଲେ ।

ତେବେ ଏନେଇ ଯଦି ସେ କୌଣସି ମତେ କିସମ ପରିବର୍ତ୍ତନ କରିବା ପାଇଁ ଚାହୁଁଛନ୍ତି, ତେବେ 5 ହଜାର ଟଙ୍କା ପ୍ରଦାନ କରିବା ପାଇଁ ପଡିବ ବୋଲି କହିଥିଲେ । ଏନେଇ ଶେଷରେ ଆଜି ଗୁରୁବାର ଦିନ 5 ହଜାର ଟଙ୍କା ଦେବା ପାଇଁ କହିଥିଲେ ଆର. ଆଇ ଭାଗବତ ଖଟୁଆ । ଶେଷରେ ଅତିଷ୍ଠ ହେବା ପରେ ସମ୍ପୃକ୍ତ ବ୍ୟକ୍ତି ବାଲେଶ୍ବର ଭିଜିଲାନ୍ସ ଏସପିଙ୍କୁ ଏନେଇ ସୂଚନା ଦେଇଥିଲେ ।

RI
RI (ETV Bharat Odisha)

ଯୋଜନା ଅନୁସାରେ ଚଢାଉ:

ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଭଦ୍ରକ ଏବଂ ବାଲେଶ୍ବର ଭିଜିଲାନ୍ସ ଟିମ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଥିଲା । ଆଜି ପୂର୍ବ ପ୍ରସ୍ତୁତି ଅନୁଯାଇ ସମ୍ପୃକ୍ତ ବ୍ୟକ୍ତି ଗଦି ଆର ଆଇ ଅଫିସର ଆର. ଆଇ ଭାଗବତ ଖଟୁଆଙ୍କୁ ତାଙ୍କ କାର୍ଯ୍ୟାଳୟରେ ପହଞ୍ଚି ତାଙ୍କୁ 5 ହଜାର ଟଙ୍କା ଦେବା ପାଇଁ ଆସିଥିବା ବେଳେ ଏହି ସମୟରେ ଆଗରୁ ଉପସ୍ଥିତ ଥିବା ଭିଜିଲାନ୍ସ ଅଧିକାରୀ ମାନେ ତାଙ୍କୁ ଗିରଫ କରିବା ସହିତ ସମସ୍ତ ଟଙ୍କା ଜବତ କରିଥିଲେ । ଘଟଣାର ଅଧିକ ତଦନ୍ତ ପାଇଁ ଭିଜିଲାନ୍ସ ପକ୍ଷରୁ ଆର. ଆଇ ଭାଗବତ ଖଟୁଆଙ୍କୁ କାର୍ଯ୍ୟାଳୟରେ ପଚରା ଉଚରା କରିଥିଲେ । ପରେ ଘଟଣାର ଅଧିକ ତଦନ୍ତ କରିବା ପାଇଁ ତାଙ୍କୁ ତିହିଡ଼ି ତହସିଲ ଅଫିସକୁ ନେଇ ଯାଇଥିଲେ । ଏଥିସହ ଆରଆଇଙ୍କ କାର୍ଯ୍ୟାଳୟ ଏବଂ ଘର ଉପରେ ଚଢ଼ାଉ ଜାରି ରହିଛି ।

ଏହା ମଧ୍ୟ ପଢନ୍ତୁ:

ରିମୋର୍ଟ ଲକ୍ କରି ରହୁଥିଲେ ସରକାରୀ ବାବୁ, ଘରେ ପହଞ୍ଚିଗଲା ଭିଜିଲାନ୍ସ

ଅସାଧୁ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଭିଜିଲାନ୍ସ ହାତ ଖୋଲା: ମୁଖ୍ୟମନ୍ତ୍ରୀ

ଭିଜିଲାନ୍ସ ଜାଲରେ ଖାଦ୍ୟ ସୁରକ୍ଷା ଅଧିକାରୀ, ଫ୍ୟାକ୍ଟ୍ରି ଲାଇସେନ୍ସ ପାଇଁ ଲାଞ୍ଚ ନେଇ ଧରାପଡ଼ିଲେ - FSO IN VIGILANCE NET

ଭିଜିଲାନ୍ସ Case No.15 dt.13.11.2024 U/s 7 P.C. (Amendment) Act, 2018ରେ କେସ ରୁଜ୍ଜୁ କରିଛି । ଏବେ ସମ୍ପୃକ୍ତ ଆରଆଇଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.