କୋରୋନା ସତର୍କତାକୁ ବେଖାତିର, ବିବାହ ଭୋଜି ଆୟୋଜନ କରି ସରକାରୀ ବାବୁ ହଟହଟା
🎬 Watch Now: Feature Video
ରାୟଗଡ଼ା: ସମଗ୍ର ବିଶ୍ୱରେ କୋରୋନା ନିଜର କାୟା ବିସ୍ତାର କରିଥିବା ବେଳେ ଏଥିଲାଗି ସତର୍କତା ଜାରି କରିଛନ୍ତି ସରକାର । ଏଥିପାଇଁ ଅଧିକ ଜନଗହଳି ନକରିବା ନିମନ୍ତେ ଗାଇଡଲାଇନ ଜାରି କରାଯାଇଛି । ଏଭଳିକି ଧାରା ୧୪୪ ମଧ୍ୟ ଲାଗୁ କରାଯାଇଛି । ହେଲେ ଏହାକୁ ବେଖାତିର କରି ଜଣେ ଦାୟିତ୍ୱ ସଂପନ୍ନ ସରକାରୀ ଅଧିକାରୀ ଆଜି ପ୍ରାୟ ୧ ହଜାର ଲୋକଙ୍କ ଭୋଜି ଆୟୋଜନ କରିଥିଲେ । ରାୟଗଡାର ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ନିଜ ପୁଅ ବିବାହ ପାଇଁ ଏହି ଆୟୋଜନ କରିଥିଲେ ।