ସୁନ୍ଦର ଚିତ୍ରକଳାରେ ସାଧାରଣତନ୍ତ୍ର ଦିବସ ଶୁଭେଚ୍ଛା ଦେଲେ ଚିତ୍ରଶିଳ୍ପୀ - ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀ

🎬 Watch Now: Feature Video

thumbnail

By

Published : Jan 26, 2022, 2:29 PM IST

ଭୁବନେଶ୍ବର: ଆଜି ଗଣତନ୍ତ୍ରର ମହାପର୍ବ ସାଧାରଣତନ୍ତ୍ର ଦିବସ । ଖୁବ୍ ଆନନ୍ଦ ଉଲ୍ଲାସର ସହ ୭୩ତମ ସାଧାରଣତନ୍ତ୍ର ଦିବସକୁ ପାଳନ କରୁଛି ଦେଶ । ଗାଁଠୁ ସହର ଚାରିଆଡେ ଆଜି ଖୁସିର ମାହୋଲ ରହିଥିବାବେଳେ ସାଧାରଣତନ୍ତ୍ର ଦିବସ ଅବସରରେ ଏକ ସୁନ୍ଦର ଚିତ୍ରକଳା ପ୍ରସ୍ତୁତ କରିଛନ୍ତି ଭୁବନେଶ୍ବରର ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀ । 4 .5 ଫୁଟ ଲମ୍ବ ଏବଂ 2.5 ଫୁଟ ଉଚ୍ଚତା ଥିବା ଏକ କାଚ ଉପରେ ୯ ପ୍ରକାର ରଙ୍ଗ ବିଶିଷ୍ଟ 1500 ଷ୍ଟ୍ର ସlହାଯ୍ୟରେ ଇଣ୍ଡିଆ ଗେଟ୍, କୁତୁବମିନାର, ଲାଲକିଲ୍ଲା, ତାଜମହଲ, ଅଶୋକ ଚକ୍ର ଚିତ୍ରଣ କରିବା ସହ ମା ତୁଝେ ସଲାମ୍ ଲେଖି ଦେଶ ପାଇଁ ବଳିଦାନ ଦେଇଥିବା ମହାପୁରୁଷ ମହାତ୍ମା ଗାନ୍ଧୀ, ନେତାଜୀ ସୁବାଷ ଚନ୍ଦ୍ର ବୋଷ, ଭଗତ ସିଂ ଏବଂ ସମ୍ବିଧାନ ପ୍ରତିଷ୍ଠାତା ବି ଆର ଆମ୍ବେଦକରଙ୍କ ଚିତ୍ର ଆଙ୍କିଛନ୍ତି । ଏହି ଚିତ୍ର ଅଙ୍କିବା ପାଇଁ ଚିତ୍ରଶିଳ୍ପୀ ପ୍ରିୟଙ୍କାଙ୍କୁ 24 ଘଣ୍ଟା ସମୟ ଲାଗିଥିଲା । ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.