ମହିଳାଙ୍କୁ ସ୍ବାବଲମ୍ବୀ କରି ଚର୍ଚ୍ଚାରେ ଅଙ୍କୁର ସାହୁ

By

Published : Mar 5, 2021, 10:51 PM IST

thumbnail
କେନ୍ଦୁଝର: ସିଲେଇ ଶିଖୁଛନ୍ତି ମହିଳା ଓ ଯୁବତୀ । ବେଶ ସୁରୁଖୁରରେ ଚାଲିଛି କାମ । ଭଳିକି ଭଳି ଡିଜାଇନର ବ୍ଲାଉଜ, କୁର୍ତ୍ତି, ସଲୱାର, ପ୍ୟାଣ୍ଟ ଆଦି ମାଗଣାରେ ଶିଖିବା ସହ ତିଆରି କରୁଛନ୍ତି ସଭିଏଁ । ଆଉ ଏହି ଶିକ୍ଷା ଦିଅନ୍ତି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଅଳତୀ ଗାଁର ଅଙ୍କୁର ସାହୁ । ଜଣେ ଦିବ୍ୟାଙ୍ଗ ହୋଇ ବି ଗତ 40 ବର୍ଷ ଧରି ନିଜେ ସିଲେଇ କାମ କରିବା ସହ ଶତାଧିକ ମହିଳାଙ୍କୁ ବିନା ପାରଶ୍ରମିକରେ ସିଲେଇ ପ୍ରଶିକ୍ଷଣ ଦେଇ ସ୍ବାବଲମ୍ବୀ କରି ପାରିଛନ୍ତି । ଆଖପାଖ ବିଭିନ୍ନ ଗାଁର ମହିଳା ଓ ଯୁବତୀମାନେ ଏଠାରେ ବର୍ଷ ବର୍ଷ ଧରି ସିଲେଇ ଶିଖୁଛନ୍ତି । ଯେଉଁଥି ପାଇଁ ସେମାନେ ବି ବେଶ୍ ଖୁସି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.