କାଉଣ୍ଟଡାଉନ ଆରମ୍ଭ, ଡିଏମଇଟି କହିଲେ ପ୍ରସ୍ତୁତି ଶେଷ - Vaccination in state tomorrow

🎬 Watch Now: Feature Video

thumbnail

By

Published : Jan 15, 2021, 8:48 PM IST

ଭୁବନେଶ୍ବର: ରାତି ପାହିଲେ ଟୀକାକରଣ । ପ୍ରଥମ ପର୍ଯ୍ୟାୟରେ ଟିକା ପାଇବେ ସ୍ବାସ୍ଥ୍ୟକର୍ମୀ ତଥା ଆଗଧାଡିର କୋଭିଡ ଯୋଦ୍ଧା । ମାସାଧିକ କାଳ ଧରି ଚାଲିଥିବା ପ୍ରସ୍ତୁତି ଏବେ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ସୂଚନା ଦେଇଛନ୍ତି ଡାଇରେକ୍ଟର ମେଡିକାଲ ଏଜୁକେସନ ଏଣ୍ଡ ଟ୍ରେନିଂ ବା ଡିଏମଇଟି ସିବିକେ ମହାନ୍ତି । ସୁରକ୍ଷିତ ଓ ଶୃଙ୍ଖଳିତ ରୂପେ ଟୀକାକରଣ ପାଇଁ ସରକାରୀ କଳ ପୁରା ଦମ ଲଗାଇଛି । କେନ୍ଦ୍ରର ନିର୍ଦ୍ଦେଶକୁ ସବୁ ସ୍ତରରେ ପାଳନ କରାଯାଇଛି । ଟୀକାକରଣ ପାଇଁ ଥିବା ସମସ୍ତ ବୈଷୟିକ ଦିଗକୁ ଗୁରୁତ୍ବ ଦିଆଯାଇଛି । ଟୀକାକରଣ ପାଇଁ ହିତାଧିକାରୀ ତାଲିକା ବି ପ୍ରସ୍ତୁତ ସରିଛି । କେବଳ ଅପେକ୍ଷା ଟୀକାକରଣକୁ ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.