ଦାରିଦ୍ରତା ଭିତରେ ସନ୍ତୋଷିନୀଙ୍କ ସଂଘର୍ଷ: କେମିତି ପୋଷିବେ ପରିବାର ? - suffering after returning surat due to lockdown
🎬 Watch Now: Feature Video
ଭଞ୍ଜନଗର: ଦାରିଦ୍ରର କଷାଘାତରେ କଟୁଛି ଜୀବନ । ଭଡ଼ା ଘରେ ଗୋଟେ ଓଳି ଖାଇଲେ ଦୁଇ ଓଳି କଟୁଛି ଭୋକ ଉପାସରେ । ଘରେ ଥିବା ରୋଗୀଣା ସ୍ବାମୀ ଓ ଦୁଇ ପିଲାଙ୍କ ମୁହଁରେ ଦାନା ଯୋଗାଡ କରିବାକୁ ଜଣେ ଅସହାୟ ମହିଳାଙ୍କୁ କେତେ ଯେ ସଂଘର୍ଷ କରିବାକୁ ପଡେ ତାହା ସନ୍ତୋଷିନୀଙ୍କ ଆଖିର ଲୁହ ହିଁ ବୟାନ କରୁଛି । କୋରୋନା ଭୁତାଣୁ ଭୟରେ ଜୀବନ ବଞ୍ଚାଇ ସୁରତରୁ ଫେରିବା ପରେ ଏବେ ଘରେ ହାତବାନ୍ଧି ବସିଛନ୍ତି ସନ୍ତୋଷିନୀ । ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ମାଣିକ୍ୟପୁର ପଞ୍ଚାୟତର ଢଉପଦା ଗ୍ରାମରେ ରହନ୍ତି ସନ୍ତୋଷିନୀ । ଅନ୍ୟମାନଙ୍କ ପରି ତାଙ୍କର ମଧ୍ୟ ହସଖୁସିର ସଂସାର ଥିଲା । ସ୍ବାମୀ ଠିକ୍ ଥିବା ସମୟରେ ଗୋଟେ ପୁଅ ଓ ଝିଅକୁ ନେଇ ସୁରତରେ ବେଶ ହସଖୁସୀରେ କଟୁଥିଲା ତାଙ୍କ ସଂସାର । ମାତ୍ର 2 ବର୍ଷ ତଳେ ସ୍ବାମୀ ବିଜୟ ନାୟକ ପକ୍ଷାଘାତରେ ଆକ୍ରାନ୍ତ ହେବା ପରେ ସବୁକିଛି ବଦଳିଗଲା । ଅନେକ ଧାର କରଜ କରି ସ୍ବାମୀଙ୍କ ଚିକିତ୍ସା କରିବା ପରେ ଶେଷରେ ନିରୁପାୟ ହୋଇ କିଛି କାମ ନପାଇ ସନ୍ତୋଶିନୀ ଚାଲିଯାଇଥିଲେ ସୁରତ ସହରକୁ ଦାଦନ ଖଟିବାକୁ ।